ହଜିଯାଇଛି କି ପାନକାର୍ଡ । ତେବେ ଚିନ୍ତା ନକରି ଏପରି ଭାବରେ ତିଆରି କରନ୍ତୁ ଆଉ ଏକ ନୂଆକାର୍ଡ

ଯଦି ଆପଣଙ୍କ ପାନକାର୍ଡ ହଜିଯାଉଛି ତାହାଲେ ଜମାବି ଚିନ୍ତା କରନ୍ତୁ ନାହିଁ

184

କନକ ବ୍ୟୁରୋ : ଆଜିକାଲି ସମୟରେ ପାନ କାର୍ଡ ଅତ୍ୟନ୍ତ ଜରୁରୀ ହୋଇପଡିଛି । ପ୍ରତ୍ୟେକ କ୍ଷେତ୍ରରେ ଏହାକୁ ବ୍ୟବହାର କରାଯାଉଛି । କହିବାକୁ ଗଲେ ନେଣଦେଣ ସମୟରେ ଏହା ନିହାତି ଆବଶ୍ୟକ ହୋଇପଡିଛି । ତେବେ ଯେଉଁମାନଙ୍କ ପାନକାର୍ଡ ରହିଛି ସେମାନଙ୍କୁ ଏକ ପାନ ନମ୍ବର ମଧ୍ୟ ଦିଆଯାଇଛି । ସାଧାରଣ ଭାବରେ ଲୋକମାନେ ନିଜ ପାନ କାର୍ଡକୁ ନିଜ ପକେଟରେ ହିଁ ରଖିଥାଆନ୍ତି । ଅନେକ ସମୟରେ ଲୋକମାନଙ୍କର ପର୍ସ ହଜିଯାଉଥିବା ଦେଖାଯାଏ । ଯେହେତୁ ପର୍ସରେ ହିଁ ଏହିକାର୍ଡ ରଖିଥାଆନ୍ତି । ତେଣୁ ପର୍ସ ହଜିବା ସାଙ୍ଗେ ଏହା ମଧ୍ୟ ହଜିଯାଇଥାଏ ।

 

ତେଣୁ ସେହି ମାନଙ୍କ ପାଇଁ ରହିଛି ଏକ ବିଶେଷ ସୂଚନା । ଯଦି ଆପଣଙ୍କ ପାନକାର୍ଡ ହଜିଯାଉଛି ତାହାଲେ ଜମାବି ଚିନ୍ତା କରନ୍ତୁ ନାହିଁ । କାରଣ ଏହି ଅନଲାଇନ ପ୍ରକ୍ରିୟା ଦ୍ୱାରା ଆପଣ ପୁଣି ଥରେ ନିଜର ପାନକାର୍ଡ ତିଆରି କରିପାରିବେ । ଯଦି ଆପଣଙ୍କ ପାନକାର୍ଡ ହଜିଯାଇଛି ତେବେ ଆପଣ ଯେଉଁ ଆୟକର ଭରୁଛନ୍ତି ସେହିଠାରେ ଆପଣଙ୍କୁ ଦିଆଯାଇଥିବା ପର୍ସନାଲ ଆଇଡେଣ୍ଟିିଫିକେସ ନଂ ଜରିଆରେ ସେହି ଅଧିକାରୀ ତାହାର ଯାଞ୍ଚ କରିପାରିବେ ।

 

ସେହି କାର୍ଡରେ ଜନସାଧାରଣଙ୍କୁ ଦିଆ ଯାଇଥିବା ଏକ ୧୦ ଟିକିଆ ନମ୍ବର ମାଧ୍ୟମରେ ସମସ୍ତ ଆୟକର କାମ ହୋଇଥାଏ । ଯଦି କାର୍ଡଧାରୀ ବ୍ୟକଙ୍କ ନାମ ଓ ଜନ୍ମ ତାରିଖ ମନେ ରହିଛି ତେବେ ଆପଣ ଏହାର ଜରିଆରେ ଆୟକର ଟିକସର ପଡାଲିଙ୍କ ମାଧ୍ୟମରେ ପୁଣି ଥରେ ପାନକାର୍ଡ କରିପାରିବେ । ପ୍ରଥମେ ଆପଣଙ୍କୁ ଆୟକର ଟିକସର ଇ-ଫଡାଲିଙ୍କ ୱେବସାଇଟ ଯିବା ପାଇଁ ପଡିବ । ଯଦି ଆପଣ ସେଠାକୁ ଯିବା ପାଇଁ ଚାହୁଁଛନ୍ତି ତେବେ www.incometaxindiaefiling.gov.in/home। । ଏହି ଲିଙ୍କ ଉପରେ କ୍ଲିକ କରନ୍ତୁ । ଏହାପରେ ଆପଣଙ୍କ ସାମନାରେ ଏକ ପେଜ ଆସିବ । ଏହା ଖୋଲିବା ପରେ ବାମ ପାଶ୍ୱର୍ରେ ଏକ ଭେରିଫାଏ ଅପସନ ଆସିବ ତାହା ପରେ ସେହିଠାରେ କ୍ଲିକ କରିବେ ।

 

ଏହାପରେ ପୁଣି ଏକ ନୂଆ ପେଜ ଖୋଲିବ ଆଉ ଏହାପରେ ପୁଣି ଥରେ ସେହି ପେଜ ଉପରେ କ୍ଲିକ କରିବେ । ତାହାପରେ ସେହିଠାରେ ଯେଉଁ ବ୍ୟକ୍ତି ପାନକାର୍ଡ କରିବା ପାଇଁ ଚାହୁଁଛନ୍ତି ସେମାନେ ନିଜ ନିଜର ପ୍ରମାଣପତ୍ର ଦାଖଲ କରିବେ । ଯଦି ଆପଣଙ୍କ ଏହି ପେଜ ଖୋଲିବା ପରେ କୌଣସି ଅସୁବିଧାର ସମ୍ମଖୀନ ହେଉଛନ୍ତି ତେବେ ସେହିଠାରେ ଆପଣ ନୂଆ ଏକ ପେଜ ଖୋଲିପାରିବେ । ତେଣୁ ପାନକାର୍ଡ ହଜିଲେ ଚିନ୍ତା ନ କରି ଆରମରେ ପୁଣି ଥରେ ନିଜର ପାନକାର୍ଡ ଏହି ଉପାୟରେ ବନାନ୍ତୁ ।