ଆଇପିଏଲର ପୂରା ଇତିହାସ ! ୨୦୦୮ରୁ ୨୦୧୮, ଜାଣନ୍ତୁ କେଉଁ ଖେଳାଳିଙ୍କ ଚାଲିଥିଲା ରାଜ

179

ସରିଛି ଆଇପିଏଲ ସିଜିନ ୧୧ ପାଇଁ ନିଲାମୀ । ଚଳିତ ବର୍ଷ ଆଇପିଏଲରେ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିବ । କାରଣ ପ୍ରତି ଦଳରେ ରହିଛନ୍ତି ଅର୍ନ୍ତଜାତୀୟ ବ୍ୟାଟସମ୍ୟାନ ସାଙ୍ଗକୁ ଘାତକ ବୋଲର । ଚଳିତ ଆଇପିଏଲ ନିଲାମୀରେ କିଛି ଯୁବ ଷ୍ଟାରଙ୍କ ଭାଗ୍ୟ ମଧ୍ୟ ଚମକିଛି । ତେବେ କିଛି ଅର୍ନ୍ତଜାତୀୟ ଖେଳାଳିଙ୍କୁ ନେବା ପାଇଁ ମଧ୍ୟ ଫ୍ରାଞ୍ଚାଇଜ ଆଗ୍ରହ ଦେଖାଇ ନାହାନ୍ତି । ସେ ମଧ୍ୟରୁ ଡେଲ ଷ୍ଟେନ ଅନ୍ୟତମ । ତେବେ ଚଳିତ ଆଇପିଏଲରେ ୧୨.୫୦ କୋଟିରେ ବିକ୍ରି ହୋଇଛନ୍ତି ଇଂଲଣ୍ଟର ବେନ୍ ଷ୍ଟୋକସ । ତାଙ୍କୁ ରାଜସ୍ଥାନ ରୟାଲ୍ସ କିଣିଛି । ଏହାସହ ଷ୍ଟୋକ୍ସ ଚଳିତ ସିଜିନର ସବୁଠାରୁ ଦାମୀ ଖେଳାଳି ଭାବେ ଉଭା ହୋଇଛନ୍ତି ।

27stokes-1ବେନ ଷ୍ଟୋକ୍ସ : ୨୦୧୮ ସିଜିନ ପାଇଁ ସବୁଠାରୁ ଦାମୀ ଖେଳାଳି ଭାବେ ବିକ୍ରି ହୋଇଛନ୍ତି ଷ୍ଟୋକ୍ସ । ତେବେ ଏହା ପୂର୍ବରୁ ମଧ୍ୟ ୨୦୧୭ ଆଇପିଏଲର ଦଶମ ସଂସ୍କରଣରେ ମଧ୍ୟ ସବୁଠାରୁ ଦାମୀ ଖେଳାଳି ଥିଲେ ଷ୍ଟୋକ୍ସ । ପୂର୍ବବର୍ଷ ତାଙ୍କୁ ପୁଣେ ସୁପରଜିଆନଟ୍ସ ୧୪.୫ କୋଟି ଟଙ୍କାରେ କିଣିଥିଲା । ତେବେ ପୂର୍ବବର୍ଷ ତୁଳନାରେ ତାଙ୍କୁ କମ ଦରରେ କିଣିଛି ରାଜସ୍ଥାନ ।

ସେନ ୱାଟସନ : ୨୦୧୬ ଆଇପିଏଲର ନବମ ସଂସ୍କରଣରେ ଅଷ୍ଟ୍ରେଲିଆ ଷ୍ଟାର ଅଳରାଉଣ୍ଡର ସେନ ୱାଟସନଙ୍କ ଉପରେ ଟଙ୍କାର ବର୍ଷା ହୋଇଥିଲା । ସେହି ସିଜିନରେ ବାଙ୍ଗାଲୋର ୱାଟସନଙ୍କୁ ୯.୫ କୋଟି ଟଙ୍କାରେ କିଣିଥିଲା ଏବଂ ୱାଟସନ ସେହି ସିଜିନରେ ସବୁଠାରୁ ମହଙ୍ଗା ଖେଳାଳି ଭାବେ ବିକ୍ରି ହୋଇଥିଲେ ।

ଯୁବରାଜ ସିଂ : ଆଇପିଏଲର ସପ୍ତମ ଓ ଅଷ୍ଟମ ସଂସ୍କରଣରେ ଯୁବରାଜଙ୍କ ଉପରେ ଲକ୍ଷ୍ମୀଙ୍କ ଉପରେ କୃପା ପଡିଥିଲା । ୨୦୧୪ରେ ଯୁବରାଜ ୧୪ କୋଟିରେ ବିକ୍ରି ହୋଇଥିବା ବେଳେ ୨୦୧୫ରେ ଯୁବରାଜ ୧୬ କୋଟିରେ ବିକ୍ରି ହେବା ସହ ସବୁଠାରୁ ମହଙ୍ଗା ଖେଳାଳି ପାଲଟିଯାଇଥିଲେ ।

ଗ୍ଲେନ ମ୍ୟାକ୍ସୱେଲ : ୨୦୧୩ ମସିହା ଅଷ୍ଟ୍ରେଲିଆର ବିସ୍ପୋରକ ବ୍ୟାଟସମ୍ୟାନ ଗ୍ଲେନ ମ୍ୟାକ୍ସୱେଲ ବେଶ ଶୁଭଙ୍କର ଥିଲା । ୨୦୧୩ ମସିହା ଆଇପିଏଲ ନିଲାମୀରେ ଗ୍ଲେନ ମ୍ୟାକ୍ସୱେଲଙ୍କୁ ୬.୩ କୋଟି ଟଙ୍କାରେ ମୁମ୍ବାଇ ଇଣ୍ଡିଆନ୍ସ କିଣିଥିଲା । ଏହାସହ ସେ ସବୁଠାରୁ ଦାମୀ ଖେଳାଳି ଭାବେ ଉଭା ହୋଇଥିଲେ । ତେବେ ସେହି ସିଜିନରେ କିଛି ଖାସ କମାଲ ଦେଖାଇ ପାରିନଥିଲେ ମ୍ୟାକ୍ସୱେଲ ।

jadejaରବୀନ୍ଦ୍ର ଜାଡେଜା : ୨୦୧୨ ଆଇପିଏଲ ସିଜିନରେ ରବୀନ୍ଦ୍ର ଜାଡେଜା ସବୁଠାରୁ ଦାମୀ ଖେଳାଳି ଭାବେ ବିକ୍ରି ହୋଇଥିଲେ । ୨୦୧୨ ମସିହାରେ ରାଜସ୍ଥାନ ଛାଡିବା ପରେ ଚେନ୍ନାଇ ସୁପରକିଙ୍ଗସ ଜାଡେଜାଙ୍କୁ ୧୨.୭ କୋଟି ଟଙ୍କାରେ କିଣିଥିଲା । ତେବେ ଚଳିତବର୍ଷ ପୁଣିଥରେ ନିଜ ହୋମ ଟିମ ଚେନ୍ନାଇକୁ ଫେରିଛନ୍ତି ଜାଡେଜା ।

ଗୌତମ ଗମ୍ଭୀର : ୨୦୧୧ର ଆଇପିଏଲର ଚତୁର୍ଥ ସିଜିନରେ ଭାରତୀୟ ଓପନର ଗୌତମ ଗମ୍ଭୀର ହୋମ ଟିମ ଦିଲ୍ଲୀ ଛାଡିଥିଲେ । ପରେ ତାଙ୍କୁ କୋଲକାତା ନାଇଟ ରାଇଡର୍ସ ୧୫.୨ କୋଟି ଟଙ୍କାରେ କଣିଥିଲା । ଏହାସହ ସେହି ସିଜିନର ସବୁଠାରୁ ଦାମୀ ଖେଳାଳି ପାଲଟି ଯାଇଥିଲେ ଗମ୍ଭୀର । କୋଲକାତା ନାଇଟ ରାଇଡର୍ସର ନେତୃତ୍ୱ ନେବା ସହ ଚାମ୍ପିୟନ କରିଥିଲେ ।

ସେନ ବଣ୍ଡ : ୨୦୧୦ ଆଇପିଏଲରେ ଦେଖିବାକୁ ମିଳିଥିଲା ବିଦେଶୀଙ୍କ ରାଜ । ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ସେନ ବଣ୍ଡ ସବୁଠାରୁ ଦାମୀ ଖେଳାଳି ଭାବେ ଉଭା ହୋଇଥିଲେ । କୋଲକାତା ନାଇଟ ରାଇଡର୍ସ ତାଙ୍କୁ ୪.୭ କୋଟି ଟଙ୍କାରେ ନିଜ ଦଳରେ ସାମିଲ କରିଥିଲା ।

କିରଣ ପୋଲାର୍ଡ : ଆଇପିଏଲର ୨୦୧୦ ସିଜିନରେ ଉଭୟ ସେନ ବଣ୍ଡ ଓ କିରଣ ପୋଲାର୍ଡ ଉଭୟ ଦାମୀ ଖେଳାଳି ଭାବେ ବିକ୍ରି ହୋଇଥିଲେ । କିରଣ ପୋଲାର୍ଡଙ୍କୁ ମଧ୍ୟ ସମାନ ୪.୭ କୋଟି ଟଙ୍କାରେ କିଣିଥିଲା ମୁମ୍ବାଇ ।

ଆଣ୍ଡ୍ର୍ୟୁ ଫ୍ଲିଣ୍ଟଫ / କେଭିନ ପିଟରସନ : ୨୦୦୯ ଆଇପିଏଲ ସିଜିନରେ ଆଣ୍ଡ୍ୟ୍ରୁ ଫ୍ଲିଣ୍ଟଫ ସବୁଠାରୁ ଅଧିକ ଟଙ୍କାରେ ବିକ୍ରି ହୋଇଥିଲେ । ୯.୬ କୋଟିରେ ବିକ୍ରି ହେବା ସହ ଆଣ୍ଡ୍ର୍ୟୁ ଫ୍ଲିଣ୍ଟଫ ପାଲଟି ଯାଇଥିଲେ ସବୁଠାରୁ ଦାମୀ ଖେଳାଳି । ଆଇପିଏଲର ଦ୍ୱିତୀୟ ସିଜିନରେ ଦେଖିବାକୁ ମିଳିଥିଲା ଇଂଲଣ୍ଡ ଖେଳାଳିଙ୍କ ଜଲୱା । କେବଳ ଫ୍ଲିଣ୍ଟଫ ନୁହେଁ କେଭିନ ପିଟରସନ ମଧ୍ୟ ସମାନ ୯.୬ କୋଟିରେ ବିକ୍ର ହୋଇ ପାଲଟିଥିଲେ ମହଙ୍ଗା ଖେଳାଳି ।

ମହେନ୍ଦ୍ର ସିଂ ଧୋନି : ଆଇପିଏଲ ପ୍ରଥମ ସିଜିନ ୨୦୦୮ ମସିହାରେ ଆରମ୍ଭ ହୋଇଥିଲା । ଏହି ସମୟରେ ଟି-୨୦ର ବେତାଜ ବାଦଶାହା କହିଲେ ଧୋନିଙ୍କୁ ବୁଝାଉଥିଲା । ପ୍ରଥମ ସିଜିନରେ ସେ ସମୟରେ ଭାରତୀୟ ଦଳର ଅଧିନାୟକ ଥିବା ଧୋନିଙ୍କୁ ୯.୫ କୋଟି ଟଙ୍କା ଦେଇ କିଣିଥିଲା ଚେନ୍ନାଇ ସୁପର କିଙ୍ଗସ । ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ଦୁଇଥର ଚାମ୍ପିୟନ ହୋଇଛି ।