ଗୁଳି ଖାଇଲା ଉତ୍ତରାଧିକାରୀ ! ଗ୍ରେହାଉଣ୍ଡର ଚକ୍ରବ୍ୟୁହରୁ ଚମ୍ପଟ୍ ମାରିଲା ଦୁର୍ଦ୍ଦଷ ରାମକ୍ରିଷ୍ଣା

0

ମାଲକାନଗିରି : ଲାଲଗଡରେ ଆତଙ୍କ ଖେଳାଇ ଦେଇଛି ଗ୍ରେ-ହାଉଣ୍ଡ । ୨୮ ଜଣ ମାଓବାଦୀଙ୍କୁ ନିପାତ କରିଛନ୍ତି ସେମାନେ । ଯବାନଙ୍କ ଆମ୍ବୁସରୁ ଅଳ୍ପକେ ଚମ୍ପଟ ମାରିଛି ମୋଷ୍ଟ ୱାଂଟେଡ ମାଓନେତା ରାମକ୍ରିଷ୍ଣା ଓରଫ ଆର.କେ । ସେପଟେ କିନ୍ତୁ ଯବାନଙ୍କ ଗୁଳିର ଶିକାର ହେଲା ତାଙ୍କ ଉତ୍ତରାଧିକାରୀ ମୁନା ।

ହେଲେ ଅଳ୍ପକେ ଖସିଗଲେ ଲାଲଗଡକୁ ରକ୍ତରଂଜିତ କରୁଥିବା ରାମକ୍ରିଷ୍ଣା ଓରଫ୍ ଆରକେ ଓରଫ ସାକେତ ଓରଫ ଗୋପାଲ ଓରଫ ଶ୍ରୀନିବାସ ରାଓ । ନାଁ ଅନେକ, ହେଲେ ପୋଲିସ ଡାଏରୀରେ ଗୋଟିଏ ପରିଚୟ, ମୋଷ୍ଟ ୱାଂଟେଡ୍ । ୫ ରାଜ୍ୟର ସୁରକ୍ଷା ରଣନୀତିକୁ ମାତ୍ ଦେଇ ଜଙ୍ଗଲ ଭିତରେ ରାଜ୍ କରୁଥିବା ଆରକେ ମୁଣ୍ଡ ଉପରେ ରହିଛି ଦେଢ କୋଟିର ପୁରସ୍କାର ।

ଆରକେ, ସେଂଟ୍ରାଲ କୋର୍ କମିଟି ସଦସ୍ୟ । ଦୁର୍ବଳ ହେଉଥିବା ନକ୍ସଲ ସଂଗଠନକୁ ମଜଭୁତ କରିବା ଦାୟିତ୍ୱ ରହିଛି ଏହି ଦୁର୍ଦ୍ଦଷ ମାଓନେତା ଉପରେ । ହେଲେ ସୁରକ୍ଷାକର୍ମୀଙ୍କ ଷଣ୍ଢୁଆସୀ ଆକ୍ରମଣ ଆରକେ ପାଇଁ ପାଲଟିଛି ମୁଣ୍ଡବିନ୍ଧାର କାରଣ । ସୂଚନା ଅନୁସାରେ ମାଲକାନାଗିରି କୋରାପୁଟ ଜିଲ୍ଲା ସିମାନ୍ତ ବୌପାରିଗୁଡା ଜଙ୍ଗଲରେ ଲୁଚି ଥାଇପାରେ ଆରକେ । ଆଉ ତାକୁ ଧରିବା ପାଇଁ ପୋଲିସ ବିଛାଇଛି ଜାଲ । ବିଭିନ୍ନ ସ୍ଥାନରେ ଆରକେର ପୋଷ୍ଟର ମାରିିଛନ୍ତି ୧୪୩ ବାଟାଲିୟନର ବି.ଏସ.ଏଫ ଯବାନ ।

ଆରକେର ଅପରାଧ ଫର୍ଦ୍ଦ ବେଶ ଲମ୍ବା । ଅଗଣିତ ଅପରାଧିକ ମାମଲାର କାର୍ପଟଦାର । ଆଉ ଏବେ ପୋଲିସର ଚକ୍ରବ୍ୟୁହ ଭିତରକୁ ଆସିଯାଇଛି ଆରକେ । ଜଙ୍ଗଲ ଭିତରେ ଖୋଜୁଛି ଲୁଚିବାର ଠିକାନା । ହେଲେ ମିଳିତ ଅଭିଯାନ ତା ରାତିର ନିଦ ଉଡାଇଛି । ବଡ କଥା ହେଉଛି ଆରକେକୁ ସବୁଠାରୁ ବଡ ଧକ୍କା ହୋଇଛି ତା ପୁଅ ମୁନାର ମୃତ୍ୟୁ ।

କୁହାଯାଉଥିଲା, ଗରିଲା ଯୁଦ୍ଧରେ ନିଜ ପୁଅକୁ ପାରଙ୍ଗମ କରାଉଥିଲା ଆରକେ । ଶିଖାଉଥିଲା ମୃତ୍ୟୁକୁ ମାତ୍ ଦେଇ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବାର କଳା । ଡିଷ୍ଟ୍ରିକ୍ଟ କମିଟି ମେମ୍ବର ଥିବା ମୁନା ଟେକ୍ନିକାଲ କମିଟି ହେଡ୍ ଥିଲା । ଜିପିଏସ ଟ୍ରାକ୍ କରିବା ଠାରୁ ଆରମ୍ଭ କରି ପୋଲିସର ଗତିବିଧି ଉପରେ ରଖୁଥିଲା ତୀକ୍ଷ୍ଣ ନଜର । ହେଲେ ଜଙ୍ଗଲରେ ରାଜ୍ କରିବା ଆଗରୁ ଗ୍ରେହାଉଣ୍ଡ ଯବାନ ନେଇଥିଲେ ବଦଲା । ଯାଇଥିଲା ମୁନାର ଜୀବନ । ଜଙ୍ଗଲରେ ଜନ୍ମ ହୋଇ ଗରିଲା ଯୁଦ୍ଧ ଲଢିବା ଆଗରୁ ଜଙ୍ଗଲ ଭିତରେ ଚାଲିଗଲା ପ୍ରାଣ । ଆଉ ଏବେ ପୋଲିସ ଖୋଜୁଛି ଆରକେକୁ ।

Comments are closed.