ଟପ୍ ମାଓନେତା ଦୟା, ଗଣେଷ ନିହତ ! ଖସିଗଲା ମୋଷ୍ଟ୍ ୱାଂଟେଡ୍ ରାମକ୍ରିଷ୍ଣା

45

ସୁରକ୍ଷାବାହିନୀର ଗୁଳିରେ ପ୍ରାଣ ହରାଇଛନ୍ତି ଅନେକ ଟପ୍ ମାଓନେତା । ଯେଉଁମାନେ ଥିଲେ ଉଭୟ ଓଡିଶା ଓ ଆନ୍ଧ୍ର ପୋଲିସ ପାଇଁ ମୋଷ୍ଟୱୋଂଟେଡ । ହେଲେ ଏତେବଡ ଯୁଦ୍ଧ ଭିତରୁ ଅତି ଚତୁରତାର ସହ ଖସି ଯାଇଛି ସେଂଟ୍ରାଲ କୋର କମିଟିର ସମ୍ପାଦକ ରାମକ୍ରିଷ୍ଣା । ତେବେ ଜଙ୍ଗଲ ଭିତରେ କିଏ କେତେବର୍ଷ ଧରି କରୁଥିଲା ରାଜ । କିଏ ଥିଲା ନୃଂସଶ ଓ କିଏ ଥିଲା ଗରିଲା ଯୁଦ୍ଧର ସେନାପତି । କାହା ମୁଣ୍ଡରେ କେତେ ଥିଲା ଦାମ୍ । ଦେଖନ୍ତୁ ଏହି ରିପୋର୍ଟ ।

ଟପ୍ ମାଓନେତା ଦୟା । ଆନ୍ଧ୍ର ଓଡିଶା ବର୍ଡର ଜୋନାଲ୍ କମିଟି ଅନ୍ତର୍ଗତ ମାଲକାନଗିରି ବିଶାଖା କୋରାପୁଟ୍ ଡିଭିଜନର ମୁଖ୍ୟ । ଗଲା ୨୭ବର୍ଷ ଧରି ସେ ବୁଲୁଥିଲା ଜଙ୍ଗଲରେ । ମାଓବାଦୀ ନାଁରେ ନେଇଥିଲା ଅନେକ ନିରୀହ ମଣିଷର ଜୀବନ । ଆତଙ୍କ ଖେଳାଇଥିଲା ମାଓ ଇଲାକାରେ । ଯାହା ମୁଣ୍ଡର ଦାମ୍ ଥିଲା ୨୦ଲକ୍ଷ ଟଙ୍କା । ଜୀବନ୍ତ ଧରାଇଦେଲେ ୨୦ ଲକ୍ଷ ଟଙ୍କା ପୁରସ୍କାର ଦେବାକୁ ଆନ୍ଧ୍ର ପୁଲିସ ବି ଘୋଷଣା କରିଥିଲା । ଆଉ ଆଜି ସେ ଘୋଷଣାର ପଡିଛି ଜବନିକା । ସୁରକ୍ଷା ବାହିନୀର ଗୁଳିରେ ଦୟା ପ୍ରାଣ ହରାଇଛି ।

captureଆଉ ଜଣେ ଟପ୍ ମାଓ ନେତା ଚେଲାପଟ୍ଟି । କିଛିଦିନ ତଳେ ଏହି ନକ୍ସଲ୍ ନେତାର ସେଲଫି ଖୁବ୍ ଚର୍ଚ୍ଚା ସୃଷ୍ଟି କରିଥିଲା ବିଭିନ୍ନ ଗଣମାଧ୍ୟମରେ । ଆଉ ଇଏ ବି ଥିଲା ଖୁବ୍ ନୃଶଂସ । କୁହାଯାଏ ଚେଲାପଟ୍ଟିର ଚାଲ୍ ଆଗରେ ଆଗରେ ହାର୍ ମାନେ ବଡ ବଡ ଆଇପିଏସଙ୍କ ରଣନୀତି ।

ସେହିପରି ଗଣେଶ, ଅନୀଲ୍ । ମାଓନେତ୍ରୀ ମୀନା ଓ ଅରୁଣାଙ୍କ ନାଁରେ ରହିଛି ଅନେକ ହତ୍ୟା, ଲୁଟ୍ ଓ ଥାନା ପୋଡି ମାମଲା । ଯେଉଁମାନେ ମାଓବାଦ୍ ନାଁରେ ଚଳାଇଥିଲେ ନରସଂହାର । ଯେଉଁମାନେ ଆଦର୍ଶର ଯୁଦ୍ଧ ନାଁରେ ନେଇ ଚାଲିଥିଲେ ନିରୀହଙ୍କ ଜୀବନ ।

vlcsnap-2016-10-24-20h10m18s662ବିଚ୍ଛନ୍ନାଂଚଳର ସର୍ଜିକାଲ୍ ଷ୍ଟ୍ରାଇକର ଟାର୍ଗେଟରେ ଥିଲଶ ସେଂଟ୍ରାଲ୍ କୋର୍ କମିଟିର ସଦସ୍ୟ ତଥା ବରିଷ୍ଠ ମାଓନେତା ରାମକ୍ରିଷ୍ଣା । ଯାହାକୁ ଧରାଇ ଦେବାକୁ ପୁଲିସ୍ ଘୋଷଣା କରିଛି ୧କୋଟି ୫୨ଲକ୍ଷ ଟଙ୍କାର ପୁରସ୍କାର । ଆଜି ସୁରକ୍ଷାବାହିନୀର ଅତର୍କିତ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛି ରାମକ୍ରିଷ୍ଣା । ହେଲେ ପୁଅ ମୁନ୍ନା କିନ୍ତୁ ସାଜିଥଲା ଅଭିମନ୍ୟୁ । ମୁନ୍ନା ଓରଫ୍ ପୃଥିବୀ । ଯିଏ ଜଙ୍ଗଲରେ ହୋଇଥିଲା ଜନ୍ମ, ଆଉ ଜଙ୍ଗଲରେ ମାତିଥିଲା ଜଙ୍ଗଲି ଯୁଦ୍ଧରେ ।