ଟପ୍ ଇଣ୍ଡିଆ ମଡେଲ ପ୍ରତିଯୋଗିତା : ଶେଷ ପର୍ଯ୍ୟାୟରେ ଯାଜପୁରର ଝିଅ ରୋଜାଲିନ

45

କନକ ବ୍ୟୁରୋ : ଟପ୍ ଇଣ୍ଡିଆ ମଡେଲ ପ୍ରତିଯୋଗିତାର ଶେଷ ପର୍ଯ୍ୟାୟରେ ପହଁଚିଛନ୍ତି ଯାଜପୁରର ଝିଅ ରୋଜାଲିନ ବେହେରା । ଓଡିଶାର ଏକମାତ୍ର ଝିଅ ଭାବେ ଏହି କୃତିତ୍ୱ ଅର୍ଜନ କରିଛନ୍ତି ରୋଜାଲିନ୍ । ଏହି ସର୍ବଭାରତୀୟ ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟରୁ ପ୍ରାୟ ୨ହଜାର ଉର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଶେଷ ପର୍ଯ୍ୟାୟ ସୁଦ୍ଧା ସେମାନଙ୍କ ମଧ୍ୟରୁ ମାତ୍ର ୧୬ଜଣଙ୍କୁ ଚୟନ କରାଯାଇଥିଲା ।

ଆସନ୍ତା ଅକ୍ଟୋବର ୨୯ତାରିଖରେ ଦିଲ୍ଲୀରେ ଏହାର ଫାଇନାଲ ଅନୁଷ୍ଠିତ ହେବ । ତେବେ ଫାଇନାଲ ରାଉଣ୍ଡରେ ରୋଜାଲିନ୍ ବିଜୟୀ ହେବେ ବୋଲି ଆଶାବାଦୀ ଅଛନ୍ତି । ବ୍ୟାସନଗରଠାରେ ଏକ କାର୍ଯ୍ୟକ୍ରମରେ ରୋଜାଲିନିଙ୍କୁ ସ୍ଥାନୀୟ ନାଗରୀକ ଓ ବୁଦ୍ଧିଜୀବିଙ୍କ ପକ୍ଷରୁ ସମ୍ବର୍ନ୍ଧନା ଦିଆଯାଇଛି । ଝିଅର ସଫଳତାରେ ଖୁସୀ ବ୍ୟକ୍ତ କରିଛନ୍ତି ରୋଜାଲିନର ବାପା ମା ।