ଏମାନେ ହେଉଛନ୍ତି ଭାରତର ଟପ୍ ଏନକାଉଣ୍ଟର ସ୍ପେଶାଲିଷ୍ଟ ! ଯାହାଙ୍କ ନାଁ ଶୁଣିଲେ ଥରିଉଠନ୍ତି ଅପରାଧୀ ।

53

ଦିଲ୍ଲୀ ଛତ୍ରପୁରରେ ଗତ ଶନିବାର ଦିନ ହୋଇଥିବା ଏନକାଉଣ୍ଟରରେ ପାଞ୍ଚଜଣ ଅପରାଧୀଙ୍କ ମୃତ୍ୟୁ ଘଟିଛି । ବହୁବର୍ଷ ହେବ ଦିଲ୍ଲୀରେ ରାଜ କରୁଥିବା କୁଖ୍ୟାତ ଅପରାଧୀ ରାଜେଶ ଭାରତି ଏବଂ ତାଙ୍କର ୪ଜଣ ସାଥୀ ଏହି ଏନକାଉଣ୍ଟରରେ ମୃତ୍ୟୁବରଣ କରିଛନ୍ତି । ମିଳିଥିବା ରିପୋର୍ଟ ଅନୁସାରେ ଦିଲ୍ଲୀରେ ହେଉଥିବା ସମସ୍ତ ଅବୈଧିକ କାର୍ଯ୍ୟ ଏହି ଗ୍ୟାଙ୍ଗ କରୁଥିଲା । କିନ୍ତୁ ଅପରାଧୀ ଯେତେବି ଚାଲାକ ହେଉନା କାହିଁକି ପୋଲିସ ଆଗରେ ତାକୁ ହାର ମାନିବାକୁ ପଡିଥାଏ । ସେହିପରି କିଛି ପୋଲିସ ଅଫିସର ଏବେବି ଅଛନ୍ତି ଯେଉଁମାନଙ୍କ ନାଁ ଶୁଣିଲେ ବଡ ବଡ ଅପରାଧୀ ମଧ୍ୟ ଭୟରେ କମ୍ପି ଉଠନ୍ତି । କେବଳ ସେତିକି ନୁହେଁ ଏହିପରି କେତେକ ସାହସୀ ପୋଲିସ ଅଫିସରଙ୍କ କ୍ୟାରେକ୍ଟରକୁ ନେଇ ବଲିଉଡରେ ଫିଲ୍ମ ମଧ୍ୟ ରିଲିଜ ହୋଇସାରିଛି । ତେବେ ଆସନ୍ତୁ ଜାଣିବା କିଛି ପୋଲିସ ଅଫିସରଙ୍କ ବିଷୟରେ, ଯେଉଁମାନଙ୍କ ସାହସିକତା ପାଇଁ ସାଧାରଣ ଲୋକେ ଶାନ୍ତିରେ ନିଶ୍ୱାସ ମାରିପାରୁଛନ୍ତି ।

ପ୍ରଦୀପ ଶର୍ମା :

ମୁମ୍ବାଇ ପୋଲିସରେ ଜଣେ ସାହସୀ ପୋଲିସ ଅଫିସର ଭାବରେ ବିବେଚିତ ହେଉଥିବା ପ୍ରଦୀପ ଶର୍ମା ଜଣେ ଏନକାଉଣ୍ଟର ସ୍ପେଶାଲିଷ୍ଟ ଅଟନ୍ତି । ସେ ତାଙ୍କ ପୋଲିସ କ୍ୟାରିୟର ଭିତରେ ପ୍ରାୟ ୩୧୨ ଜଣ କୁଖ୍ୟାତ ଅପରାଧୀଙ୍କୁ ଏନକାଉଣ୍ଟରରେ ମାରିବାରେ ସଫଳ ହୋଇପାରିଛନ୍ତି । ସେ ଏବେ ମଧ୍ୟ ମୁମ୍ବାଇ ପୋଲିସରେ କାର୍ଯ୍ୟ କରୁଛନ୍ତି ।

ପ୍ରଫୁଲ ଭୋଂସଲ :

ମୁମ୍ବାଇ କ୍ରାଇମବ୍ରାଞ୍ଚ ଅଧିକାରୀ ଭାବରେ ସାମିିଲ ଥିବା ପ୍ରଫୁଲ ଭୋଂସଲ ୧୯୮୭ ମସିହାରୁ ପୋଲିସରେ କାମ କରନ୍ତି । ପ୍ରଫୁଲ ମଧ୍ୟ ଏନକାଉଣ୍ଟର ସ୍ପେଶାଲିଷ୍ଟ ଭାବରେ କାର୍ଯ୍ୟ କରନ୍ତି । ସେ ଆଜି ପର୍ଯ୍ୟନ୍ତ ପ୍ରାୟ ୯୦ ଜଣ କୁଖ୍ୟାତ ଅପରାଧୀଙ୍କ ଉପରକୁ ଗୁଳି ଚଳାଇଛନ୍ତି । ତାଙ୍କ ମଧ୍ୟରୁ ୮୫ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ୫ ଜଣ ଏବେବି ଜେଲରେ ସଜା କାଟୁଛନ୍ତି । କୁଖ୍ୟାତ ଡନ ଛୋଟା ସକିଲ ପାଇଁ ବନ୍ଧୁକ ସପ୍ଲାଏ କରୁଥିବା ଆରିଫ କାଲିଆ ଏନକାଉଣ୍ଟର ପ୍ରଫୁଲଙ୍କ ଏକ ବଡ ଏନକାଉଣ୍ଟର ଥିଲା ।

ଦୟା ନାୟକ : 

ଦୟା ନାୟକ ୧୯୯୫ରେ ମୁମ୍ବାଇ ପୋଲିସରେ ଏନକାଉଣ୍ଟର ସ୍ପେସାଲିଷ୍ଟ ଭାବରେ ଯୋଗ ଦେଇଥିଲେ । ସେ ଅପରାଧକୁ ରୋକିବା ପାଇଁ ସର୍ବଦା ଆଲର୍ଟ ରହୁଥିଲେ । ସେ ପ୍ରାୟ ୮୦ରୁ ଅଧିକ କୁଖ୍ୟାତ ଅପରାଧୀଙ୍କୁ ମୃତ୍ୟୁ ମୁଖରେ ପହଞ୍ଚାଇଛନ୍ତି ।

ବିଜୟ ସାଲର୍କର :

ବିଜୟ ସାଲର୍କର ମୁମ୍ବାଇ ପୋଲିସରେ ବରିଷ୍ଠ ପୋଲିସ ଇନସ୍ପେକ୍ଟର ଏବଂ ଏନକାଉଣ୍ଟର ସ୍ପେଶାଲିଷ୍ଟ ଥିଲେ । ସେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ୮୩ ଅପରାଧୀଙ୍କୁ ଏନକାଉଣ୍ଟର କରି ମାରିବାରେ ସଫଳ ହୋଇଥିଲେ । ଯେଉଁଥିରେ ଅଧିକାଂଶ ଅରୁଣ ଗାମ୍ବଲୀ ଗ୍ୟାଙ୍ଗର ସଦସ୍ୟ ଥିଲେ । ମାତ୍ର ୨୦୦୮ ନଭେମ୍ବର ମାସରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଫାଏରିଂରେ ଅପରାଧୀଙ୍କ ସହ ଲଢୁଥିବା ଅବସ୍ଥାରେ ବିଜୟ ସହିଦ ହୋଇଯାଇଥିଲେ । ୨୦୦୯ ମସିହାରେ ଅଶୋକ ଚକ୍ରରେ ତାଙ୍କୁ ସମ୍ମାନିତ କରାଯାଇଥିଲା ।

ସଚିନ ହିନ୍ଦୁରାଓ ବାଜେ : 

ସଚିନ ହିନ୍ଦୁରାଓ ବାଜେ ମହାରାଷ୍ଟ୍ର ପୋଲିସରେ ଥିଲେ । ସେ ୧୯୯୦ ମସିହାରେ ପୋଲିସ ଭାବରେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ୨୦୦୭ରେ ସେ ପୁଲିସ ଚାକିରି ଛାଡିଦେଇଥିଲେ । ସେ ମଧ୍ୟ ଜଣେ ବହୁ ଚର୍ଚ୍ଚିତ ଏନକାଉଣ୍ଟର ସ୍ପେଶାଲିଷ୍ଟ ଥିଲେ । ସଚିନ ତାଙ୍କ କ୍ୟାରିୟର ଭିତରେ ୬୩ଟି ଅପରାଧୀଙ୍କୁ ଏନକାଉଣ୍ଟରରେ ମାରିବାରେ ସଫଳ ହୋଇଥିଲେ । ସେହି ଅପରାଧୀ ମାନଙ୍କ ମଧ୍ୟରୁ ଅଧିକାଂଶ ଛୋଟା ସକିଲ ସମେତ ଦାଉଦ ଇବ୍ରାହିମ ଗ୍ୟାଙ୍ଗରେ ସାମିଲ ଥିଲେ ।

ରାଜବୀର ସିଂହ : 

ଦିଲ୍ଲୀ ପୋଲିସରେ ଏସିପି ଥିଲେ ରାଜବୀର ସିଂହ । ଶୁଣାଯାଏ ରାଜବୀରଙ୍କ ନାଁ ଶୁଣିଲେ ପୁରା ଅଣ୍ଡର ୱାଲ୍ଡ ଭୟରେ କମ୍ପି ଉଠୁଥିଲା । ରାଜବୀର ପ୍ରଥମେ ପୁଲିସରେ ସବ-ଇନସ୍ପେକ୍ଟର ଭାବରେ ଯୋଗ ଦେଇଥିଲେ । ସେ ଏକମାତ୍ର ଅଫିସର ଥିଲେ ଯାହାଙ୍କୁ ୧୩ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଏସିପି ପୋଷ୍ଟରେ ସାମିଲ କରାଯାଇଥିଲା । ସେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ୫୧ଜଣ କୁଖ୍ୟାତ ଅପରାଧୀଙ୍କୁ ନିପାତ କରିବାରେ ସଫଳ ହୋଇଥିଲେ । ସେ ପୋଲିସରେ କାମ କରୁଥିବା ଅବସ୍ଥାରେ ଏକ ପ୍ରପୋର୍ଟି ବିବାଦକୁ କେନ୍ଦ୍ର କରି ତାଙ୍କର ନିଜ ସାଙ୍ଗ ଗୁଳି ମାରିବାରୁ ତାଙ୍କର ମୃତ୍ୟୁ ହୋଇଥିଲା ।

ରବିନ୍ଦ୍ର ଆଂଗ୍ରେ :

ରବିନ୍ଦ୍ର ଆଂଗ୍ରେ ଭାରତର ସବୁଠାରୁ ସାହସୀ ପୋଲିସ ଅଧିକାରୀ ଏବଂ ଏନକାଉଣ୍ଟର ସ୍ପେଶାଲିଷ୍ଟ ଭାବରେ ପରିଚିତ । ଥାଣେର ଅର୍ଗାନାଇଜେସନ ମାଫିଆଙ୍କୁ ସମ୍ପୁର୍ଣ୍ଣ ଭାବରେ ମୁଳପୋଛ କରିବାରେ ଆଂଗ୍ରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ ।