ସୀମାରେ ଜୋର ହେଲା ଅପରେସନ୍ ଅଲଆଉଟ ! ସେନା ଗୁଳିରେ ଜୈସ-ଇ-ମହମ୍ମଦର କମାଣ୍ଡର ନିହତ

66

କନକ ବ୍ୟୁରୋ : ସୀମାରେ ଜୋରଦାର ହେଉଛି ଅପରେସନ ଅଲଆଉଟ । ଆଜି ବରାମୁଲାରେ ଏନକାଉଣ୍ଟର ସମୟରେ ସେନାକୁ ବଡ ସଫଳତା ମିଳିଛି । ଆଜି ହେଇଥିବା ଏନକାଉଣ୍ଟରରେ ଜୈସ-ଇ-ମହମ୍ମଦର ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଖାଲିଦ ନିହତ ହୋଇଛି । ଖାଲିଦ ଭାରତୀୟ ସେନାର ହିଟଲିଷ୍ଟରେ ରହିଥିଲା । ସେ କାଶ୍ମରୀ ଉପତ୍ୟକାରେ ସକ୍ରିୟ ଥିବା ଜୈସ-ଇ-ମହମ୍ମଦ ସଂଗଠନର ମୁଖ୍ୟ ଥିଲା ।

khalid-background-story_647_100917030629ସୂଚନାଯୋଗ୍ୟ, ସୋମବାର ପ୍ରାୟ ସକାଳ ୯ଟା ସମୟରେ ଜେଇଏମର କମାଣ୍ଡର୍ ଜମ୍ମୁ-କଶ୍ମୀରର ଲାଡୋରା ଅଞ୍ଚଳରେ ରହୁଥିବା ସେନା ଦଳ ଉପରେ ହମଲା କରିଥିଲେ। ଏହି ହମଲାର ସେନା ମଧ୍ୟ ପାଲଟା ଜବାବ ଦେଇଥିଲା। ତେବେ ଖାଲିଦ ଗୋଟରେ ଏକ ଗୁଳି ବାଜିବା ପରେ ନିକଟସ୍ଥ ଏକ ଘରେ ଲୁଚିକି ରହିଥିଲା । ପରେ ଏହି ଖବର ପୋଲିସ ପାଖରେ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ଅପରେସନ । ଖାଲିଦ ଲୁଚିଥିବା ଘରକୁ ଚାରିପଟୁ ଘେରି ଯାଇଥିଲେ ସେନା । କିଛିସମୟ ଗୁଳିବିନିମୟ ପରେ ସେନା ଗୁଳିରେ ନିହତ ହୋଇଥିଲା ଖାଲିଦ । ଅଧିକାଂଶ ସମୟ ପାକିସ୍ତାନରେ ରହୁଥିବା ଖାଲିଦ କାଶ୍ମରୀ ଉପତ୍ୟକାରେ ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରଖିଥିଲା । ଖାଲିଦକୁ ଭାରତ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀଙ୍କ ଲିଷ୍ଟ  ଏ++ରେ ସାମିଲ କରିଥଲା  ।

ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀରର ବଡଗମ୍ ଜିଲ୍ଲାରେ ଜଣେ ସେନା ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହା ଛଡ଼ା ଅଳ୍ପ କିଛି ଦିନ ତଳେ ୧୨ ଜଣ ଆତଙ୍କବାଦୀଙ୍କୁ ଭାରତ ଭିତରେ ଅନୁପ୍ରବେଶ କରାଇବାର ମୁଖ୍ୟ ଭୂମିକା ନେଇଥିଲା। ଜେଇଏମ୍।