ଭାରତର କେଉଁ କେଉଁ ରାଜ୍ୟରେ ଅଧିକ ଲୋକ ଆମିଷ ଖାଆନ୍ତି ! ଦେଖନ୍ତୁ ଏହାର ଏକ ତାଲିକା

101

ଗୋମାଂସ ବିବାଦ ଏବେ ଭାରତରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏଥିପାଇଁ ପ୍ରତିଦିନ ନୂଆ ନୂଆ ଖବର ଶୁଣିବା ପାଇଁ ମିଳୁଛି । ମୋଦି ସରକାର ଦେଶରେ ଗୋ’ହତ୍ୟା ରୋକିବା ପାଇଁ ଏକ ନୋଟିଫିକେସନ ଜାରି କରିଛନ୍ତି । ଏହା ଜାରି ହେବା ପରେ ହିଁ କେରଳ,ପଶ୍ଚିମ ବଙ୍ଗଳା ଆଦି ରାଜ୍ୟରେ ଏନେଇ ବିରୋଧ କରୁଥବାର ଜଣାପଡିଛି । ଏହି ସମ୍ବେଦନଶୀଳ ଘଟଣା ପାଇଁ ସାରା ଦେଶରେ ଏବେ ହଇଚଇ ସୃଷ୍ଟି ହୋଇଛି । ଗୋଟିଏ ପଟେ କିଛି ଲୋକେ ନିଜର ବୃତ୍ତି ହରାଇବା ସହ ଅନ୍ୟପଟେ କିଛି ଲୋକଙ୍କ ଆସ୍ଥା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

କେରଳରୁ ଏହି ବିବାଦ ନେଇ ବିରୋଧର ସ୍ୱର ଉଠିଥବାରୁୁ ଆପଣ ଯଦି ଭାବୁଛନ୍ତି କେରଳର ଲୋକମାନେ ସବୁଠାର ଅଧିକ ଆମିଷ ଖାଆନ୍ତି, ତବେ ଏହା ଆପଣଙ୍କ ଭୁଲ ଧାରଣା । ଆମିଷ ଖାଇଥିବା ତାଲିକାରେ ସର୍ବାଗ୍ରେ ଅଛି ତେଲେଙ୍ଗାନା ରାଜ୍ୟ । ଏକଥା ଆମେ କହୁନୁ, କେନ୍ଦ୍ର ସରକାର ବେସଲାଇନ ସର୍ଭେ ରିପୋର୍ଟ ଅନୁସାରେ ଏକଥା ଜଣାପଡିଛି ।

ରିପୋର୍ଟରୁ ଜଣାପଡିଛି ଦୁନିଆଭରରେ ଭାରତ ନିରାମିଷାଶୀ ଭାବମୂର୍ତ୍ତି ରଖିଥିଲେ ମଧ୍ୟ ଦେଶରେ ୭୧ ପ୍ରତିଶତ ଲୋକ ଆମିଷ ଖାଉଥିବା ଜଣାପଡିଛି । ବିଗତ ବର୍ଷର ଏକ ରିପୋର୍ଟ ଅନୁସାରେ ୭୧.୬ ପ୍ରତିଶତ ପୁରୁଷ ଓ ୭୦.୭ ପ୍ରତିଶତ ମହିଳା ଆମିଷ ଖାଆନ୍ତି । ଆମିଷ ଖାଇବାରେ ୟୁପିର ଲୋକ ସବୁଠାରୁ ପଛରେ

ଏହି ତାଲିକାରେ ପ୍ରଥମ ସ୍ଥାନରେ ଅଛି ତେଲେଙ୍ଗାନା । ଏଠାରେ ମୋଟ୍ ଆମିଷ ଖାଉଛନ୍ତି ୯୮.୭୦ ପ୍ରତିଶତ । ମହିଳା: ୯୮.୬, ପୁରୁଷ : ୯୮.୬ ।

ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଅଛି ପଶ୍ଚିମ ବଙ୍ଗଳା । ଏଠାରେ ମୋଟ୍ ଆମିଷ ଖାଉଥିବା ଖାଉଛନ୍ତି ୯୮.୫୫ ପ୍ରତିଶତ । ମହିଳା ୯୮.୪, ପୁରୁଷ : ୯୮.୭ ।

ଏହି ତାଲିକାରେ ୩ୟ ସ୍ଥାନରେ ଅଛି ଆନ୍ଧ୍ରପ୍ରଦେଶ । ଏଠାରେ ମୋଟ୍ ଆମିଷ ଖାଉଥିବା ଲୋକସଂଖ୍ୟା ହେଲେ ୯୮. ୨୫ । ମହିଳା ୯୮.୧, ପୁରୁଷ ୯୮.୪ ।

ଏହି ତାଲିକାରେ ୪ର୍ଥ ସ୍ଥାନରେ ଅଛି ତାମିଲନାଡୁ । ଏଠାରେ ମୋଟ୍ ଆମିଷ ଖାଉଛନ୍ତି ୯୭.୬୫ ପ୍ରତିଶତ । ମହିଳା ୯୭.୫, ପୁରୁଷ : ୯୭.୮ ।

ଏହି ତାଲିକାରେ ୫ମ ସ୍ଥାନରେ ଅଛି ଓଡିଶା । ଏଠାରେ ମୋଟ୍ ଆମିଷ ଖାଉଛନ୍ତି ୯୭.୩୫ ପ୍ରତିଶତ । ମହିଳା -୯୭.୦, ପୁରୁଷ ୯୭.୫ ।

୬ଷ୍ଠ ସ୍ଥାନରେ ଅଛି କେରଳ । ମୋଟ୍ ୯୭ ପ୍ରତିଶତ ଲୋକ ଏହି ରାଜ୍ୟରେ ଆମିଷ ଖାଆନ୍ତି । ମହିଳା- ୯୬.୬, ପୁରୁଷ ୯୭.୪ ।