ମହଙ୍ଗା ଅଭିନେତ୍ରୀ ! ବଲିଉଡର ଏହି ୫ ଅଭିନେତ୍ରୀ ଯାହାଙ୍କୁ ପାରିଶ୍ରମିକ ଦେବାକୁ ହେଲେ ନିର୍ଦ୍ଧେଶକଙ୍କ ବୋହିଯାଏ ଝାଳ । 

41

ବଲିଉଡରେ ଅଭିନେତ୍ରୀମାନଙ୍କୁ କ୍ୟାରିୟରକୁ ଛୋଟ କୁହାଯାଇଥାଏ । କିନ୍ତୁ ଏପରି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବଲିଉଡରେ ଲମ୍ବା ପାଳି ଖେଳିପାରିଛନ୍ତି । ବଲିଉଡରେ ଏପରି କିଛି ଅଭିନେତ୍ରୀ ଯେଉଁମାନଙ୍କର ନାମ ଆଜି ମଧ୍ୟ ଟପରେ ଥିବା ବେଳେ ଫିସ ନେବା ମାମଲାରେ ମଧ୍ୟ ସେ ଆଗରେ ଅଛନ୍ତି । ଆସନ୍ତୁ ବଲିଉଡର ଏହି ଟପ ୫ ଅଭିନେତ୍ରୀଙ୍କ ବିଷୟରେ ଜାଣିବା ।

ଦୀପିକା ପାଦୁକୋନ

ଏହି ତାଲିକାର ଶୀର୍ଷରେ ଅଛନ୍ତି ବଲିଡ୍ର ଡିମ୍ପଲ୍ କୁଇନ୍ ଅଭିନେତ୍ରୀ ଦୀପିକା ପାଦୁକୋନ । ଦୀପିକା ‘ଓମ ଶାନ୍ତି ଓମ’ ଜରିଆରେ ନିଜର ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ତେବେ ବଲିଉଡର ଅନ୍ୟ ଅଭିନେତ୍ରୀଙ୍କ ମଧ୍ୟରୁ ସବୁଠାରୁ ଅଧକ ଫିସ୍ ନେବା ତାଲିକାରେ ଦୀପିକା ଟପରେ ଅଛନ୍ତି । ସେ ପ୍ରତ୍ୟେକ ଫିଲ୍ମ ପାଇଁ ୧୦ ରୁ ୧୨ କୋଟି ପାରିଶ୍ରମିକ ନେଇଥାନ୍ତି ।

କଙ୍ଗନା ରଣାୱତ

ବଲିଉଡ କୁଇନ କଙ୍ଗନା ରଣାୱାତ ନିଜର ବେକାବୁ ଅନ୍ଦାଜ୍ ପାଇଁ ପରିଚିତ ଏହା ସହିତ ନିଜ ଫିଲ୍ମ କ୍ୟାରିୟର ମଧ୍ୟରେ ସେ ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ବଲିଉଡକୁ ଦେଇଛନ୍ତି । ତେବେ କଙ୍ଗନାଙ୍କ ଫିସ୍ ବିଷୟରେ କହିବାକୁ ଗଲେ ଗୋଟିଏ ଫିଲ୍ମ କଙ୍ଗନା ୧୧ କୋଟି ନେଇଥାନ୍ତି । କଙ୍ଗନା ବର୍ତ୍ତମାନ ନିଜର ଅପକମିଂ ଫିଲ୍ମ ‘ମଣିକର୍ଣ୍ଣିକା’ର ସୁଟିଂରେ ବ୍ୟସ୍ତ ଅଛନ୍ତି ।

କରୀନା କପୁର ଖାନ୍

କରୀନା କପୁର ଖାନ୍ ନିଜ କ୍ୟାରିୟମ ମଧ୍ୟରେ ଅନେକ ହିଟ ଫିଲ୍ମରେ କାମ କରିଛନ୍ତି । ସେ ଫିଲ୍ମ ‘ରିଫ୍ୟୁଜି’ରୁ ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ତେବେ କରୀନା ଗୋଟିଏ ଫିଲ୍ମ ପାଇଁ ୯ ରୁ ୧୦ କୋଟି ଚାର୍ଜ କରିଥାନ୍ତି ।

ପ୍ରିୟଙ୍କା ଚୋପ୍ରା

ପ୍ରିୟଙ୍କା କେବଳ ବଲିଉଡ ନୁହେଁ ହଲିଉଡରେ ମଧ୍ୟ ନିଜର ଜଲୱା ଦେଖାଇବାରେ ସଫଳ ହୋଇଛନ୍ତି । ତାଙ୍କର ଏହି ସଫଳ କ୍ୟାରିୟର କାରଣରୁ ଏବଂ ତାଙ୍କ ଡିମାଣ୍ଡ ବଲିଉଡରେ ଥିବାରୁ ସେ ଗୋଟିଏ ଫିଲ୍ମ ପାଇଁ ୯ କୋଟି ଚାର୍ଜ କରିଥାନ୍ତି ।

ବିଦ୍ୟା ବାଲନ

ଏହି ତାଲିକାରେ ଅଭିନେତ୍ରୀ ବିଦ୍ୟା ବଲନଙ୍କ ନାମ ମଧ୍ୟ ସାମିଲ ରହିଛି । ପରିଣିତାରୁ କ୍ୟାରିୟର ଆରମ୍ଭ କରିଥିବା ବିଦ୍ୟା ଗୋଟିଏ ଫିଲ୍ମ ପାଇଁ ୬ ରୁ ୭ କୋଟି ପାରିଶ୍ରମିକ ନେଇଥାନ୍ତି ।