ଡିଏସଏଲଆର କ୍ୟାମେରା ଉପରେ ଭାରି ପଡିବ ଏହି ୪ କ୍ୟାମେରା ! ଓଜନରେ ସ୍ମାର୍ଟଫୋନ୍ ଠାରୁ ମଧ୍ୟ ହାଲୁକା,ପାଣି ଭିତରେ ମଧ୍ୟ ହୋଇପାରିବ ରେକର୍ଡିଂ ।  

69

ଯଦି ଆପଣ ଭିଡିଓ ରେକର୍ଡିଙ୍ଗ୍ ପାଇଁ ଡିଏସଏଲଆର କ୍ୟାମେରାର ବ୍ୟବହାର କରୁଛନ୍ତି । ତେବେ ଆମେ ଆପଣଙ୍କୁ ଆଜି ଏଭଳି ୪ ଟି କ୍ୟାମେରା କଥା କହିବାକୁ ଯାଉଛୁ ଯାହାଙ୍କ ଓଜନ ସ୍ମାର୍ଟଫୋନ୍ ଠାରୁ ମଧ୍ୟ କମ୍ ଅଟେ । ଏହି କ୍ୟାମେରାର ବ୍ୟବହାରରେ ଆପଣ ପାଣି ଭିତରୁ ମଧ୍ୟ ରେକର୍ଡିଙ୍ଗ୍ କରିପାରିବେ । ତେବେ ଆସନ୍ତୁ ଜାଣିବା ଏହି ଆକ୍ସନ୍ କ୍ୟାମେରା କ’ଣ ଏବଂ ଏହା କିଭଳି ଭାବେ କାମ କରେ ।

୧ . ଗୋ ପ୍ରୋ ହିରୋ ୬ ବ୍ଲାକ୍ : 

ଏହି କ୍ୟାମେରାକୁ ଆପଣ କ୍ୟାମେରା ଜଗତର ରାଜା କହିପାରିବେ । ଏହି କ୍ୟାମେରାର ଓଜନ ହେଉଛି ମାତ୍ର ୧୧୮ ଗ୍ରାମ୍ । ଏହି ଡିଭାଇସ୍ ୧୦ ମିଟର ପାଣି ଭିତରେ ମଧ୍ୟ କାମ କରିବାର କ୍ଷମତା ରଖେ । କ୍ୟାମେରାରେ ଆପଣ ୬୦ ଫ୍ରେମ୍ ପ୍ରତି ସେକେଣ୍ଡରେ ୪କେ ଭିଡିଓ ରେକର୍ଡିଙ୍ଗ୍ କରିପାରିବେ ଏବଂ ୨୪୦ ଫ୍ରେମ୍ ପ୍ରତି ସେକେଣ୍ଡରେ ୧୦୮୦ ଏବଂ ୭୨୦ ପିକ୍ସେଲ୍ କ୍ୱାଲିଟିର  ଭିଡିଓ ରେକର୍ଡିଙ୍ଗ୍ କରିପାରିବେ । କ୍ୟାମେରାରେ ୧୨ ମେଗାପିକ୍ସେଲର କ୍ୱାଲିଟି ଥିବାବେଳେ ଡିଭାଇସ୍ ୧ ରୁ ୩ ଘଣ୍ଟା ବ୍ୟାକଅପ୍ ଦେଇଥାଏ ।

୨. ଗୋ ପ୍ରୋ ହିରୋ ୫ ବ୍ଲାକ୍ : 

ଏହି ଡିଭାଇସ୍ ଗୋ ପ୍ରୋ ହିରୋ ୬ ବ୍ଲାକର ଛୋଟ ଭର୍ସନ । କ୍ୟାମେରାର ଓଜନ ହେଉଛି ୧୧୮ ଗ୍ରାମ୍ । ଏହି ଡିଭାଇସ୍ ମଧ୍ୟ ୧୦ ମିଟର ପାଣି ଭିତରେ ମଧ୍ୟ କାମ କରିବାର କ୍ଷମତା ରଖେ । କ୍ୟାମେରାରେ ଆପଣ ୩୦ ଫ୍ରେମ୍ ପ୍ରତି ସେକେଣ୍ଡରେ ୪କେ ଭିଡିଓ ରେକର୍ଡିଙ୍ଗ୍ କରିପାରିବେ ଏବଂ ୧୨୦ ଫ୍ରେମ୍ ପ୍ରତି ସେକେଣ୍ଡରେ ୧୦୮୦ ପିକ୍ସେଲ କ୍ୱାଲିଟି ଭିଡିଓ ରେକର୍ଡିଙ୍ଗ୍ କରିପାରିବେ  । କ୍ୟାମେରାରେ ୧୨ ମେଗାପିକ୍ସେଲର କ୍ୱାଲିଟି ରହିଅଛି । ଡିଭାଇସ୍ ୧ ରୁ ୩ ଘଣ୍ଟା ବ୍ୟାକଅପ୍ ଦେଇଥାଏ । ଏହାକୁ ଅଲ୍ ରାଉଣ୍ଡର ଡିଭାଇସ୍ ମଧ୍ୟ କୁହାଯାଏ ।

୩. ଗୋ ପ୍ରୋ ହିରୋ : 

ଏହା ଗୋ ପ୍ରୋର ପ୍ରାଥମିକ ଡିଭାଇସ୍ । ଏହି କ୍ୟାମେରାର ଓଜନ ମଧ୍ୟ ୧୧୮ ଗ୍ରାମ୍ ଏବଂ ଏହା ମଧ୍ୟ ୧୦ ମିଟର ପାଣି ଭିତରେ କାମ କରିବାର କ୍ଷମତା ରଖେ । କିନ୍ତୁ ଏହି ଡିଭାଇସରେ ୪କେ ଭିଡିଓ ରେକର୍ଡିଙ୍ଗ୍ କରିବା ସୁବିଧା ରହିନାହିଁ । କ୍ୟାମେରାରେ ଆପଣ ୬୦ ଫ୍ରେମ୍ ପ୍ରତି ସେକେଣ୍ଡ ୧୦୮୦ ପିକ୍ସେଲ କ୍ୱାଲିଟି ଭିଡିଓ ରେକର୍ଡିଙ୍ଗ୍ କରିପାରିବେ  । କ୍ୟାମେରାରେ ୧୦ ମେଗାପିକ୍ସେଲ କ୍ୟାମେରା କ୍ୱାଲିଟି ରହିଅଛି । ଏହି ଡିଭାଇସ୍ ୨ ଘଣ୍ଟାର ବ୍ୟାକଅପ୍ ଦେଇଥାଏ ।

୪. ଏଚ୍ ଡି କୁଲ୍ ଏଚ୍ ସି ୮୦୦୦ ୪ କେ ଆକ୍ସନ କ୍ୟାମେରା : 

ଯଦି ଆପଣ ଗୋ ପ୍ରୋ କ୍ୟାମେରାକୁ ପସନ୍ଦ କରୁଥାନ୍ତି ତେବେ ଏହି କ୍ୟାମେରା ମଧ୍ୟ ଆପଣଙ୍କୁ ଭଲ ଲାଗିପାରେ । କ୍ୟାମେରାରେ ଆପଣ ୩୦ ଫ୍ରେମ୍ ପ୍ରତି ସେକେଣ୍ଡ ଦରରେ ୪ କେ ଭିଡିଓ ରେକର୍ଡ କରିପାରିବେ ଏବଂ ୬୦ ଫ୍ରେମ୍ ପ୍ରତି ସେକେଣ୍ଡ ଦରରେ ୧୦୮୦ ପିକ୍ସେଲ କ୍ୱାଲିଟି ଭିଡିଓ ରେକର୍ଡିଙ୍ଗ୍ କରିପାରିବେ  । କ୍ୟାମେରାରେ ୧୬ ମେଗାପିକ୍ସେଲ କ୍ୟାମେରା କ୍ୱାଲିଟି ରହିଅଛି । ଏହି ଆକ୍ସନ କ୍ୟାମେରା ପାଣିରେ ୧୨୦ ଫୁଟ ପର୍ଯ୍ୟନ୍ତ କାମ କରିବା ପାଇଁ ସମର୍ଥ ।