ବିଶ୍ୱର ୨୫ ଶକ୍ତିଶାଳୀ ଦେଶ ! ପ୍ରଥମରେ ଆମେରିକା, ଜାଣନ୍ତୁ ଭାରତର ସ୍ଥାନ କେଉଁଠି

90

ବିଶ୍ୱର ୨୫ଟି ଶକ୍ତିଶାଳୀ ଦେଶର ତାଲିକା ପ୍ରକାଶ ପାଇଛି । ୟୁଏସ ନ୍ୟୁଜ ଆଣ୍ଡ ୱାଲ୍ଡ ଦୁନିଆର ଶକ୍ତିଶାଳୀ ୨୫ଟି ଦେଶର ତାଲିକା ପ୍ରସ୍ତୁତ କରିଛି । ଏହି ତାଲିକା ପ୍ରତିବର୍ଷ ପ୍ରକାଶିତ କରାଯାଇଥାଏ । ଏହି ରିପୋର୍ଟ ପ୍ରତିବର୍ଷ ପ୍ରକାଶ କରାଯାଇଥାଏ । ଏହି ତାଲିକାରେ ବିଶ୍ୱର ଏକ ନମ୍ବର ଶକ୍ତିଶାଳୀ ରାଷ୍ଟ୍ର ଭାବେ ଆମେରିମ୍ର ନାଁ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି ଋଷ । ସେହିଭଳି ତାଲିକାର ତୃତୀୟ ସ୍ଥାନରେ ଚୀନ ରହିଛି । ଏହି ତାଲିକାରେ ପାକିସ୍ତାନକୁ ମଧ୍ୟ ସ୍ଥ୍ାନ ମିଳିଛି ।

ଏହି ତାଲିକା ଦେଶର ଅର୍ଥବ୍ୟବସ୍ଥା,ଅନ୍ୟ ଦେଶ ଉପରେ ଏହାର ପ୍ରଭାବ, ସେନାବାହିନୀ ଓ ଶାସକଙ୍କୁ ଦୃଷ୍ଟିରେ ରଖି ପ୍ରକାଶ କରାଯାଇଥାଏ । ଚଳିତ ବର୍ଷ ୮୦ଟି ଦେଶ ମଧ୍ୟରୁ ଶକ୍ତିଶାଳୀ ୨୫ଟି ଦେଶର ତାଲିକା ପ୍ରସ୍ତୁତ କରାଯାଇଛି । ଆମେରିକା ଏହି ତାଲିକାର ମୁଖ୍ୟ କାରଣ ହେଉଛି ଏହାର ପ୍ରଭାବଶାଳୀ ଅର୍ଥବ୍ୟବସ୍ଥା ଓ ସୈନ୍ୟବଳ । ଆମେରିକା ନାଟୋ ଓ ୟୁଏଏନ ଭଳି ବଡ ବଡ ସଂଗଠନ ବଳରେ ଅର୍ନ୍ତଜାତୀୟ ସ୍ତରରେ ନିଜର ପ୍ରଭାବ ବିସ୍ତାର କରି ପାରିଛି ।

ସେହିଭଳି ଦ୍ୱିତୀୟ ସ୍ଥାନରେ ଥିବା ଋଷ ଦୁନିଆର ବଡ ଅର୍ଥବ୍ୟବସ୍ଥା ମଧ୍ୟରୁ ଅନ୍ୟତମ । ରିପୋର୍ଟ ମୁତାବିକ ଅନ୍ୟ ଦେଶ ତୁଳନାରେ ଋଷ ନିଜ ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ଖର୍ଚ୍ଚ କରୁଛି । ୨୦୧୬ ମସିହାରେ ଋଷ ନିଜ ଜିଡିପିର ୫.୪ ପ୍ରତିଶତ ଟଙ୍କା ରକ୍ଷା କ୍ଷେତ୍ରରେ ଖର୍ଚ୍ଚ କରିଥିଲା । ଋଷ ପରେ ଏହି ତାଲିକାର ତୃତୀୟ ସ୍ଥାନରେ ରହିଛି ଚୀନ୍ । ବିଶ୍ୱ ବ୍ୟାଙ୍କ ଅନୁଯାୟୀ, ଚୀନର ଅର୍ଥବ୍ୟବସ୍ଥା ଦ୍ରୁତ ଗତିରେ ବୃଦ୍ଧି ପାଉଛି । କିନ୍ତୁ ଏବେ ମଧ୍ର ଚୀନରେ ଗରିବି ସମସ୍ୟା ରହିଛି । ବିଶ୍ୱ ସ୍ତରରେ ଚୀନ ନିଜର ପ୍ରଭାବ ବିସ୍ତାର କରିବାରେ ସକ୍ଷମ ହୋଇଛି କିନ୍ତୁ ମାନବାଧିକାର ଓ ଗଣମାଧ୍ୟମର ସ୍ୱାଧୀନତା ମାମଲାରେ ଚୀନକୁ ସମାଲୋଚନା କରାଯାଇଛି ।

ସବୁଠୁ ବଡ କଥା ହେଲା, ଏହି ତାଲିକାରେ ଭାରତ ୧୫ ତମ ସ୍ଥାନରେ ରହିଛି । ଭାରତ ଉପରକୁ ତୁର୍କୀ ୧୪ ତମ ଓ ଇରାନ ୧୩ ତମ ସ୍ଥାନରେ ରହିଛନ୍ତି । ରିପୋର୍ଟରେ ଭାରତକୁ ବିଶ୍ୱର ସବୁଠୁ ବଡ ଲୋକତନ୍ତ୍ର ଓ ଦ୍ରୁତ ଗତିରେ ଆଗକୁ ବଢୁଥିବା ଅର୍ଥବ୍ୟବସ୍ଥା ଦେଶ ଭାବେ ପରିଗଣିତ କରାଯାଇଛି । ତେବେ ଭାରତର ଜନସଂଖ୍ୟା ଓ ଗରିବି ଆଡକୁ ମଧ୍ୟ ଇସାରା କରାଯାଇଛି । ରିପୋର୍ଟରେ କୁହାଯାଇଛି, ଆଇଟି କ୍ଷେତ୍ରରେ ଭାରତ ଏବେ ମହତ୍ୱପୂର୍ଣ୍ଣ କେନ୍ଦ୍ର ପାଲଟିଛି ।

ଏହି ସୂଚୀରେ ପାକିସ୍ତାନ ୨୨ ତମ ସ୍ଥାନରେ ରହିଛି । ଦେଶରେ ଅସ୍ଥିରତା,ଭଷ୍ଟ୍ରାଚାର ଓ ଭାରତ ସହ ବିବାଦ ପାଇଁ ପାକିସ୍ତାନ ପୂର୍ବ ବର୍ଷ ତୁଳନାରେ ୨ଟି ସ୍ଥାନ ତଳକୁ ଖସି ୨୨ ତମ ସ୍ଥାନରେ ପହଞ୍ଚିଛି । ତେବେ ବିଶ୍ୱର ସବୁଠୁ ଅଧିକ ଯୁବକ ଥିବା ଦେଶ ମଧ୍ୟରେ ପାକିସ୍ତାନକୁ ସାମିଲ କରାଯାଇଛି । ପାକିସ୍ତାନର ଅଧିକାଂଶ ନାଗରିକଙ୍କ ବୟସ ୨୨ ବର୍ଷରୁ କମ ରହିଛି । ରିପୋର୍ଟ ମୁତାବିକ ପାକିସ୍ତାନ ମଧ୍ୟରେ ଅନ୍ତଃକନ୍ଦଳ ଯୋଗୁଁ ଅନ୍ୟ ଦେଶ ଗୁଡିକ ପାକିସ୍ତାନରେ ନିବେଶ କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି । ଯାହାଦ୍ୱାରା ଶିକ୍ଷା, ସ୍ୱାସ୍ଥ୍ୟ ପ୍ରଭାବିତ ହୋଇଛି । ଏହି ତାଲିକାରେ ଜର୍ମାନୀ ଇଂଲଣ୍ଡକୁ ପଛରେ ପକାଇ ୪ର୍ଥ ସ୍ଥାନରେ ରହିଛି । ଏହି ଲିଷ୍ଟରେ ୬ଷ୍ଠ ସ୍ଥାନରେ ରହିଛି ଫ୍ରାନ୍ସ । କାରଣ ଏହି ଦେଶକୁ ଅଧିକ ପର୍ଯ୍ୟଟକ ଆସିଥାନ୍ତି । ତେବେ ଫ୍ରାନ୍ସ ସମ୍ମୁଖରେ ଆତଙ୍କବାଦୀ ଓ ବେରୋଜଗାରୀ ଭଳି ସମସ୍ୟା ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

ଜାପାନ ଏହି ସୂଚୀରେ ୭ମ ସ୍ଥାନରେ ରହିଛି । ଅତ୍ୟାଧୁନିକ ଜ୍ଞାନକୌଶଳ ମାମଲାରେ ଜାପାନ ଅନ୍ୟ ଦେଶ ମାନଙ୍କ ଠାରୁ ବହୁତ ଆଗରେ ରହିଛି । ଏହାଛଡ଼ା ବିଶ୍ୱର ବଡ ଅର୍ଥବ୍ୟବସ୍ଥା ସୂଚୀରେ ତୃତୀୟ ସ୍ଥାନରେ ରହିଛି । ଉତ୍ତରକୋରିଆ ସହ ବିବାଦ କାରଣରୁ ଜାପାନ ମଧ୍ୟ ନିଜ ପ୍ରତିରକ୍ଷା କ୍ଷେତ୍ରକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ପ୍ରବଳ ଅର୍ଥ ଖର୍ଚ୍ଚ କରୁଛି । ଏହି ତାଲିକାର ୮ମ ସ୍ଥାନରେ ରହିଛି ଇସ୍ରାଏଲ । ମାତ୍ର ୮୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଇସ୍ରାଏଲ ବିଶ୍ୱ ସ୍ତରରେ ନିଜର ଏକ ସ୍ୱତନ୍ତ୍ର ଛାପ ଛାଡିବାରେ ସକ୍ଷମ ହୋଇଛି । ପାଲେଷ୍ଟାଇନ ବିବାଦ ସତ୍ତେ୍ୱ ମଧ୍ୟ ଇସ୍ରାଏଲର ଅର୍ଥବ୍ୟବସ୍ଥା ମଜବୁତ ସ୍ଥିତିରେ ରହିଛି ।