ଆପଣ ଜାଣିଛନ୍ତି କି ଜଣେ ନ୍ୟୁଜ୍ ଆଙ୍କରଙ୍କ ବାର୍ଷିକ ଆୟ କେତେ ହୋଇପାରେ? କାହାର କୋଟିଏ ତ ଆଉ କାହାର କୋଟିଏ ଉପରୁ ପଢନ୍ତୁ ପୁରା ଲିଷ୍ଟ୍

88
ଆପଣ କେତୋଟି ନ୍ୟୁଜ୍ ଚ୍ୟାନେଲ୍ ଦେଖୁଛନ୍ତି? ଟି.ଭି.ରେ ଗୁଡାଏ ନ୍ୟୁଜ୍ ଚ୍ୟାନେଲ ଏବଂ ପରିଚାରକ/ପରିଚାରିକା ପ୍ରତିଦିନ ନ୍ୟୁଜ୍ ପରିବେଶଣ କରୁଥାନ୍ତି । କିନ୍ତୁ ଖୁବ୍ କମ୍ ଆଙ୍କରଙ୍କୁ ଆପଣ ପସନ୍ଦ କରିଥାନ୍ତି । ତେବେ ଆପଣ ଜାଣିଛନ୍ତି ଆପଣଙ୍କ ପସନ୍ଦର ଆଙ୍କର ବର୍ଷକୁ କେତେ ଟଙ୍କା ଦରମା ପାଆନ୍ତି । ଯଦି ଜାଣିନାହାନ୍ତି ତେବେ ଏହି ରିପୋର୍ଟ ଉପରେ ନଜର ପକାନ୍ତୁ ।
ମେନକା ଦୋଷି : ମେନକା ଦୋଷି ହେଉଛନ୍ତି ସିଏନବିସି ଟିଭି୧୮ର ଜଣେ ବାଣିଜ୍ୟ ସାମ୍ବାଦିକା । ମେନକାଙ୍କ ବାର୍ଷିକ ପାରିଶ୍ରମିକ ହେଉଛି ୧୫ କୋଟି ଟଙ୍କା । ବରଖା ଦତ୍ତ: ଏନଡି ଟିଭିରେ କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକା ବରଖା ଦତ୍ତଙ୍କ ବାର୍ଷିକ ଦରମା ହେଉଛି ୩.୬ କୋଟି ଟଙ୍କା । ସେ ଦୀର୍ଘ ୨୧ ବର୍ଷ ହେଲା ଏନଡି ଟିଭିରେ ନିଜ ସ୍ଥାନ ବଜାୟ ରଖି ଆସିଥିଲେ କିନ୍ତୁ ୨୦୧୭ ମସିହାରେ ସେ ଚାକିରୀରୁ ବିରତି ନେଇଛନ୍ତି ।
ଗୌରବ କାଲରା : ଖେଳ ଦୁନିଆର ବେଷ୍ଟ୍ ଆଙ୍କରଙ୍କ ତାଲିକାରେ ଗୌରବ କାଲରାଙ୍କ ନାଁ ପ୍ରଥମେ ଆସେ । ସିଏନଏନ୍ ଆଇବିଏନରେ ସେ ସିନିଅର୍ ଏଡିଟର ରୁପେ କାର୍ଯ୍ୟରତ । ଗୌରବଙ୍କ ବାର୍ଷିକ ପାରିଶ୍ରମିକ ହେଉଛି ୧.୫ କୋଟି ଟଙ୍କା ।
ରାଜୀବ ମସାନ୍ଦ : ରାଜୀବ ମସାନ୍ଦ ହେଉଛନ୍ତି ମନୋରଞ୍ଚନ ଏବଂ ସିନେମା ସମ୍ବନ୍ଧୀୟ ଜଣେ ବରିଷ୍ଠ ସାମ୍ବାଦିକ । ସେ ଉତ୍ତରପ୍ରଦେଶର ଇଂରାଜୀ ନ୍ୟୁଜ୍ ଚ୍ୟାନେଲ୍ ସିଏନଏନରେ ବାର୍ଷିକ ୧ କୋଟି ଟଙ୍କା ପାରିଶ୍ରମିକ ପାଉଛନ୍ତି । ରଜତ୍ ଶର୍ମା : ନ୍ୟୁଜ୍ ଜଗତର ବରିଷ୍ଠ ଏବଂ ଲୋକପ୍ରିୟ ସାମ୍ବାଦିକ ହେଉଛନ୍ତି ରଜତ୍ ଶର୍ମା । ଶୋ’ ‘ଆପ୍ କି ଅଦାଲତ୍’ ଏବଂ ‘ଆଜ୍ କି ବାତ୍’ ଜରିଆରେ ସେ ଲୋକଙ୍କ ପାଖରେ ପହଞ୍ଚି ପାରିଛନ୍ତି । ଇଣ୍ଡିଆ ଟିଭିର ଚେୟାରମ୍ୟାନ୍ ଏବଂ ଏଡିଟର ଇନ୍ ଚିଫ୍ ହେଉଛନ୍ତି ରଜତ୍ । ରଜତଙ୍କ ବାର୍ଷିକ ଆୟ ହେଉଛି ୩,.୬୦ କୋଟି ଟଙ୍କା ।
ଶ୍ୱେତା ସିଂହ : ଜି ନ୍ୟୁଜ୍ ଏବଂ ସାହାରା ଚ୍ୟାନେଲରେ କାମ କରିଥିବା ଶ୍ୱେତା ବର୍ତ୍ତମାନ ଆଜ୍ ତକ୍ ନ୍ୟୁଜ୍ ଚ୍ୟାନେଲରେ କାର୍ଯ୍ୟରତ ଅଛନ୍ତି । ନିଜର ଦୃଢ ସାମ୍ବାଦିକତା ପାଇଁ ସେ ଖୁବ୍ ଚର୍ଚ୍ଚିତ । ତାଙ୍କ ବାର୍ଷିକ ଦରମା ହେଉଛି ୧ କୋଟି ୮୦ ହଜାର ଟଙ୍କା ଦରମା । ଅଞ୍ଜନା ଓମ୍ କଶ୍ୟପ : ଇଣ୍ଡିଆ ଟୁଡେ ନ୍ୟୁଜ୍ ଆଙ୍କର ଅଞ୍ଜନା ଓମ୍ କଶ୍ୟପଙ୍କୁ ଅବା କିଏ ନ ଜାଣେ । ନିଜ ପ୍ରଶ୍ନର ବାଣରେ ସମସ୍ତଙ୍କ ହୋସ୍ ଉଡାଇ ଦେଉଥିବା ଅଞ୍ଜନା ଆଜ୍ ତକର “ହଲ୍ଲା ବୋଲ୍” କାର୍ଯ୍ୟକ୍ରମରୁ ଖୁବ୍ ଚର୍ଚ୍ଚିତ ହୋଇ ରହିଛନ୍ତି । ଶ୍ୱେତାଙ୍କ ପରି ଅଞ୍ଜନାଙ୍କ ବାର୍ଷିକ ଆୟ ହେଉଛି ୧ କୋଟି ୮୦ ହଜାର ଟଙ୍କା ।
ରାଜଦୀପ୍ ସରଦେଶାଇ : ୧୦ କୋଟି ଟଙ୍କା ପାରିଶ୍ରମିକ ପାଉଥିବା ବରିଷ୍ଠ ସମ୍ବାଦିକ ହେଉଛନ୍ତି ରାଜଦୀପ୍ ସରଦେଶାଇ । ସେ ଇଣ୍ଡିଆ ଟୁଡେ ଚ୍ୟାନେଲରେ କାର୍ଯ୍ୟରତ ।

ଅର୍ଣ୍ଣବ ଗୋସ୍ୱାମି : ଭାରତୀୟ ସାମ୍ବାଦିକ ପ୍ଲାଟଫର୍ମର ରାଜା କୁହାଯାଉଥିବା ବରିଷ୍ଠ ସମ୍ବାଦିକ ହେଲେ ଅର୍ଣ୍ଣବ ଗୋସ୍ୱାମି । ଦୃଢ ଏବଂ ତର୍କ ସାମ୍ବାଦିକତାର ପ୍ରଶ୍ନ ହେଉଛି ଅର୍ଣ୍ଣବଙ୍କ ପରିଚୟ । ବର୍ତ୍ତମାନ ସେ ନିଜର ବ୍ୟକ୍ତିଗତ ଚ୍ୟାନେଲ “ରିପବ୍ଲିକ୍”ରେ କାର୍ଯ୍ୟରତ । ତାଙ୍କ ବାର୍ଷିକ ଆୟ ହେଉଛି ୧ କୋଟି ଟଙ୍କା ।ରବିଶ୍ କୁମାର : ରାଜନୀତି ଏବଂ ସମାଜକୁ ନେଇ ସମ୍ବାଦ ପରିବେଶଣ କରୁଥିବା ବରିଷ୍ଠ ସାମ୍ବାଦିକ ହେଉଛନ୍ତି ରବିଶ୍ କୁମାର । ଏନଡି ଟିଭି ଇଣ୍ଡିଆ ଚ୍ୟାନେଲର ସିନିୟର ଏଡିଟର୍ ଭାବରେ ସେ କାର୍ଯ୍ୟରତ । ବାର୍ଷିକ ପାରିଶ୍ରମିକ ବାବଦକୁ ସେ ୨.୧୬ କୋଟି ଟଙ୍କା କମାଇଥାନ୍ତି ।