ସୁନ୍ଦର ଦେଖାଯିବାକୁ କିଏ ବା ନ ଚାହେଁ । ହେଲେ ବ୍ରଣ ଓ କଳାଦାଗ ସମସ୍ୟା ଯୋଗୁଁ ବ୍ୟକ୍ତିର ମୁହଁ ଅସୁନ୍ଦର ଦେଖାଯାଇଥାଏ । ଆଉ ଯଦି ଆପଣଙ୍କର ବି ଏହି ସମସ୍ୟା ରହିଛି, ତେବେ ଏଇଟି ଆପଣଙ୍କ ପାଇଁ ଟିପ୍ସ । ଆଜି ଆମେ ଆପଣଙ୍କୁ ଟୁଥ୍‌ପେଷ୍ଟ୍‍ ସାହାଯ୍ୟରେ ଏହି ବ୍ରଣ ଓ କଳାଦାଗ ଜନିତ ସମସ୍ୟାରୁ କିଭଳି ମୁକ୍ତି ମିଳିଥାଏ  । ଆସନ୍ତୁ ଜାଣିବା ଏନେଇ କିଛି ଉପାୟ  . . . .

ବ୍ରଣ ଜନିତ ସମସ୍ୟା –  ଆପଣଙ୍କର ଯଦି ବ୍ରଣ ଜନିତ ସମସ୍ୟା ରହିଥାଏ , ତେବେ ଆପଣ ଏକ ପାତ୍ରରେ ଏକ ଚାମଚ ଟୁଥପେଷ୍ଟ୍‍ ଆଣି ସେଥିରେ ଅଧା ଚମଚ ମହୁକୁ ମିଶ୍ରଣ କରନ୍ତୁ । ଏହାପରେ ଆପଣ ଏହି ମିଶ୍ରଣକୁ ଆପଣଙ୍କ ବ୍ରଣ ହୋଇଥିବା ସ୍ଥାନରେ ଲଗାଇ ୨୦ ମିନିଟ୍‌ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ । ଏହାପରେ ଆପଣ ଏହାକୁ ପାଣିରେ ଧୋଇଦିଅନ୍ତୁ ।

କଳାଦାଗ ସମସ୍ୟା ରହିଥିଲେ – ଏଥିସହିତ ଯଦି ଆପଣଙ୍କ ମୁହଁରେ କଳାଦାଗ ଜନିତ ସମସ୍ୟା ରହିଥାଏ, ତେବେ ଆପଣ ଏକ ପାତ୍ରରେ ଏକ ଏକ ଚାମଚ କରି ଟୁଥ୍‌ପେଷ୍ଟ ଓ ଲୁଣକୁ ନେଇ ମିଶ୍ରଣ କରନ୍ତୁ । ତେବେ, ମନେରଖନ୍ତୁ, ଯେପରି ଆପଣ ଏହାକୁ ପ୍ରୟୋଗ କରିବା ପୂର୍ବରୁ ପ୍ରଥମେ ନିଜର ମୁହଁକୁ ଷ୍ଟିମ୍‌ କରି ଦେଇଥିବେ । ଏହାପରେ ଆପଣ ଏହାକୁ ଆପଣଙ୍କ ମୁହଁରେ ଲଗାଇ ୫ରୁ ୧୦ ମିନିଟ୍‌ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ । ଏହାପରେ ଆପଣ ଆପଣଙ୍କ ମୁହଁକୁ ଥଣ୍ଡାପାଣିରେ ଧୋଇଦିଅନ୍ତୁ ।

ମଶ୍ଚରାଇଜ୍‌ ଲାଗି – ଆପଣଙ୍କ ମୁହଁକୁ ମଶ୍ଚରାଇଜ କରିବାକୁ ଥିଲେ, ଆପଣ ଏକ ପାତ୍ରରେ ଏକ ଚାମଚ ଟୁଥ୍‌ପେଷ୍ଟ୍‍ ନେଇ ସେଥିରେ କିଛି ମାତ୍ରାରେ କ୍ଷୀର ମିଶାନ୍ତୁ । ଏହାପରେ ଆପଣ ଏହାକୁ ଆପଣଙ୍କ ମୁହଁରେ ୩୦ ମିନିଟ୍‌ ପର୍ଯ୍ୟନ୍ତ ରଖି ଧୋଇଦିଅନ୍ତୁ ।

ଡାର୍କସ୍ପଟ୍‌ ସମସ୍ୟା – ଏଥିଲାଗି ଆପଣଙ୍କୁ ଏକ ପାତ୍ରରେ କିଛି ମାତ୍ରାରେ ଟୁଥ୍‌ପେଷ୍ଟ ନେଇ ସେଥିରେ ଏକ ଚାମଚ ଟମାଟୋ ରସକୁ ମିଶାଇବାକୁ ହେବ । ଏହାପରେ ଆପଣ ଏହାକୁ ଆପଣଙ୍କ ଡାର୍କସ୍ପଟରେ ଲଗାଇ ୨୦ ମିନିଟ୍‌ ପର୍ଯ୍ୟନ୍ତ ଛାଡ଼ିଦେବାକୁ ପଡ଼ିବ ଏବଂ ପରେ ମୁହଁକୁ ଧୋଇଦେବାକୁ ହେବ ।