ଅତ୍ୟଧିକ ପ୍ରେମ ହୋଇପାରେ ବ୍ରେକ୍ ଅପର କାରଣ : ରିସର୍ଚ୍ଚରେ ହେଲା ଖୁଲାସା

41

ଅତ୍ୟଧିକ ପ୍ରେମ ହୋଇପାରେ ବ୍ରେକ ଅପର କାରଣ । ନିକଟରେ ଏକ ପରୀକ୍ଷଣରୁ ଏଭଳି ଚାଂଚଲ୍ୟକର ଖୁଲାସା ହୋଇଛି । ରିସର୍ଚ ଅନୁଯାୟୀ, ଆଜିକାଲି ପ୍ରେମରେ ପଡିବା ଏବଂ ଖୁବ୍ ଶୀଘ୍ର ଅଲଗା ହୋଇଯିବା ଭଳି ମାମଲା ବଢି ବଢି ଚାଲିଛି । ଏହାର କାରଣ ଜାଣିବା ପାଇଁ ଯୁବପିଢୀଙ୍କୁ ନେଇ ଏକ ରିସର୍ଚ୍ଚ କରିଥିଲା ସାଇକୋସିସ୍ ।

କଣ ଆସିଲା ଫଳ :
• ବିଶେଷଜ୍ଞଙ୍କ ମତ ଶୀଘ୍ର ବ୍ରେକ୍ ଅପ୍ ହେବାର ପ୍ରଥମ କାରଣ ହେଉଛି ପରସ୍ପର ପ୍ରତି ସମ୍ବେଦନଶୀଳ ବ୍ୟବହାର । ରିସର୍ଚ୍ଚ ଅନୁସାରେ ଯେତେବେଳେ କେହି ନିଜ ସାଥୀକୁ ବହୁତ ଭଲ ପାଏ ସେତେବେଳେ ସମପରିମାଣର ସ୍ନେହ ଏବଂ ପ୍ରେମ ସାଥୀଠାରୁ ଆଶା ରଖିଥାଏ । ଆଉ ସାଥୀଠାରୁ ସେତିକି ପ୍ରେମ ନ ପାଇଲେ ସଂପର୍କରେ ଧୀରେ ଧୀରେ ଫାଟ ସୃଷ୍ଟି ହୋଇଥାଏ । ଏଭଳି ସ୍ଥିତିରେ ସାଥୀକୁ ଲାଗେ ତାର ପ୍ରେମର କୌଣସି ମୂଲ୍ୟ ନାହିଁ । ଆଉ ଅନ୍ୟ ସାଥୀକୁ ଲାଗିଥାଏ ଏହି ସଂପର୍କ କାରଣରୁ ତାର କୌଣସି ସ୍ୱାଧୀନତା ନାହିଁ । ଫଳରେ ଉଭୟ କିଛି ନୂଆ ଖୋଜିବାକୁ ଚେଷ୍ଟା କରନ୍ତି ।

କେମିତି ରକ୍ଷା କରିବେ ସଂପର୍କକୁ :

• ଯଦି ଆପଣଙ୍କ ସାଥୀ ସଂପର୍କକୁ ନେଇ ସଠିକ୍ ପ୍ରତିକ୍ର୍ରି୍ରୟା ଦେଉନାହିଁ ତେବେ ଶାନ୍ତ ହୋଇ ତାଙ୍କ ସହ କଥା ହୁଅନ୍ତୁ

• ସମୟ ସହ ସଂପର୍କରୁ ମଜଭୂତ କରିବାକୁ ଚେଷ୍ଟା କରନ୍ତୁ । ସାଥୀ ଠାରୁ ଅତ୍ୟଧିକ ଆଶା ରଖନ୍ତୁ ନାହିଁ ।