ଅଧିକ ଗାଧୋଇବାକୁ ଭଲ ପାଉଛନ୍ତି କି ! ସ୍ୱାସ୍ଥ୍ୟ ପାଇଁ ହୋଇପାରେ କ୍ଷତିକାରକ

37

ଆରମ୍ଭ ହେଲାଣି ଖରା । ଦିନକୁ ଦିନ ତାପମାତ୍ରା ବଢିବା ସହ ବଢିଚାଲିଛି ଗରମ । ଆଉ ଏହି ଗରମରୁ ରକ୍ଷା ପାଇବା ପାଇଁ ଲୋକେ ବିଭିନ୍ନ ତରିକା ଆପଣାଇଥାନ୍ତି । ଆଉ ଏସବୁ ଭିତରେ ସବୁଠାରୁ ଭଲ ଉପାୟ ହେଉଛି ପାଣି । ଏକଥା ସତ ଯେ ପାଣିର ପ୍ରଭାବ ଯଦିଓ ବେଶୀ ସମୟ ରହେ ନାହିଁ ତେବେ ଗରମରୁ ରକ୍ଷା ପାଇବା ପାଇଁ ବାରମ୍ବାର ଗାଧୋଇବାକୁ ଭଲ ପାଆନ୍ତି ସମସ୍ତେ । ତେବେ ନିକଟରେ ଏକ ପରୀକ୍ଷଣରୁ ଜଣାପଡିଛି ଆବଶ୍ୟକତାଠାରୁ ଅଧିକ ଗାଧୋଇବା କିମ୍ବା ସଫା ସୁତୁରା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ ।

• ବାରମ୍ବାର ଗାଧୋଇଲେ ଶରୀରର ମାଇକ୍ରୋବାୟୋମ୍ ଉପରେ ପ୍ରଭାବ ପକାଇଥାଏ ।

• ଆବଶ୍ୟକତା ଠାରୁ ଅଧିକ ଗାଧୋଇବା ଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା କମିବା ସହ ପାଚନ ପ୍ରକ୍ରିୟା ଉପରେ ପ୍ରଭାବ ପଡିଥାଏ ।

• ବିଶେଷଜ୍ଞଙ୍କ ମତ , ଆବଶ୍ୟକତା ଠାରୁ ଅଧିକ ଗାଧୋଇଲେ କିମ୍ବା ସଫା ସୁତୁରା ହେଲେ ଆମ ଶରୀରରେ ଥିବା ଲାଭଦାୟକ ବ୍ୟକ୍ଟେରିଆ ଓ ଭାଇରସ୍ ନଷ୍ଟ ହୋଇଯାଆନ୍ତି ।