ଅଧିକ ବ୍ୟାୟାମ ମହିଳାଙ୍କ ପାଇଁ କ୍ଷତିକାରକ !

21

ଆଜିକାଲି ମହିଳାମାନେ ନିଜର ଫିଟନେସ ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ନିଜକୁ ଫିିଟ ରଖିବା ପାଇଁ ମହିଳାମାନେ ବ୍ୟାୟମ କରିବା ସହ ଡାଏଟ ନିୟନ୍ତ୍ରଣ ମଧ୍ୟ କରୁଛନ୍ତି ।  ଫିଟ୍ ରହିବା ପାଇଁ କଳାକାରମାନେ ଓଜନ ହ୍ରାସ କରିବା ଲାଗି ବିଭିନ୍ନ ପ୍ରକାରର କୌଶଳ ଅବଲମ୍ବନ କରିଥାଆନ୍ତି , କିଏ ଜିମ୍‌ ଯାଏ ତ କିଏ ଡାଏଟିଂ କରନ୍ତି ।

କିନ୍ତୁ ନିକଟରେ କରାଯାଇଥିବା ଏକ ଗବେଷଣାରୁ ସ୍ପଷ୍ଟ ହୋଇଛି ଯେ ମାତ୍ରାଧିକ ବ୍ୟାୟାମ ବା ଡାଏଟିଂ କରିବା ଫଳରେ ମହିଳାମାନଙ୍କର ଅନେକ କ୍ଷତି ହୋଇଥାଏ । ପ୍ରଥମତଃ ଯେଉଁମାନେ କ୍ଷମତା ବାହାରକୁ ଯାଇ ବ୍ୟାୟାମ କରନ୍ତି, ସେହି ମହିଳାମାନଙ୍କର ପ୍ରଜନନ କ୍ଷମତା ଅର୍ଥାତ୍‌ ଗର୍ଭଧାରଣ କରିବାର କ୍ଷମତା ଉପରେ ଏହା କୁପ୍ରଭାବ ପକାଇଥାଏ । ଏମାନଙ୍କର ଋତୁସ୍ରାବ ଜନିତ ସମସ୍ୟା ମଧ୍ୟ ଉପୁଜି ଥାଏ । ତେଣୁ ଫିଟ୍ ରହିବା ପାଇଁ ଚାହୁଁଥିବା ମହିଳାମାନେ ଏଥିପ୍ରତି ଧ୍ୟାନ ଦେବା ଉଚିତ୍ ।