ଆସନ୍ତାକାଲି “ଏ ଦିଲ ହୈ ମୁସ୍କିଲ’ର ରିଲିଜ ହେବ ଟ୍ରେଲର

70

କରଣ ଜୋହରଙ୍କ ଆଗାମୀ ଫିଲ୍ମ “ଏ ଦିଲ ହୈ ମୁସ୍କିଲ’ର ଟିଜର, ଓ ଗୀତ ରିଲିଜ ହେବା ପରେ ଏବେ ଟ୍ରେଲର ରିଲିଜ ଡେଟ ଘୋଷଣା ହୋଇଛି । ଆସନ୍ତାକାଲି ଫିଲ୍ମର ଟ୍ରେଲର ରିଲିଜ ହେବ ବୋଲି ଜଣାପଡିଛି ।ଏନେଇ କରଣ ଜୋହର ଟୁଇଟ କରି ଜଣାଇଛନ୍ତି । ଏକ ତରଫା ପ୍ରେମ କାହାଣୀ ଉପରେ ପର୍ଯ୍ୟବେଶିତ ଏହି ଫିଲ୍ମରେ ରଣବୀର କପୁର,ଅନୁଷ୍କା ଶର୍ମା, ଏଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଫୱାଦ ଖାନ ଲିଡ ରୋଲରେ ନଜର ଆସିବେ । ଅକ୍ଟୋବର ୨୮ରେ ରିଲିଜ ହେବ ଏହି ଫିଲ୍ମ ।