ଆସନ୍ତାକାଲି ଅଯୋଧ୍ୟାରେ ହେବ ସନ୍ଥଙ୍କ ବୈଠକ : ରାମ ମନ୍ଦିର ନିର୍ମାଣକୁ ନେଇ ନେଇପାରନ୍ତି ବଡ ନିଷ୍ପତ୍ତି

133

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ସନ୍ଥ ସମାଜ ପୁଣି ଥରେ ଆସନ୍ତାକାଲି ବଡ ବୈଠକ କରିବାକୁ ଯାଉଛନ୍ତି । ମଣିରାମ ଦାସ ଛାବନୀରେ ହେବାକୁ ଥିବା ଏହି ବୈଠକର ଅଧ୍ୟକ୍ଷତା ରାମଜନ୍ମଭୂମି ନ୍ୟାସ ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ କରିବେ । ସୂଚନା ମୁତାବକ, ଏହି ବୈଠକରେ ସନ୍ଥ ସମାଜ ବଡ ନିଷ୍ପତ୍ତି ନେଇପାରନ୍ତି ।

ଏହି ବୈଠକରେ ଅଯୋଧ୍ୟାର ସନ୍ଥ ମହନ୍ତ ସାମିଲ ହେବେ । ଏଥିରେ ବିଶ୍ୱ ହିନ୍ଦୁ ପରିଷଦର ନେତା ମଧ୍ୟ ସାମିଲ ହେବେ । ସନ୍ଥ ସମିତିର ଅଧ୍ୟକ୍ଷ ମହନ୍ତ କହ୍ନେୟା ଦାସ, ରାମଜନ୍ମଭୂମି ନ୍ୟାସର ବରିଷ୍ଠ ସଦସ୍ୟ ଡା. ରାମବିଲାସ ଦାସ ବେଦାନ୍ତୀ,ରାମବଲ୍ଲଭା କୁଞ୍ଜର ଅଧିକାରୀ ରାଜକୁମାର ଦାସ, ଆଦି ମହନ୍ତ ଏହି ବୈଠକରେ ସାମିଲ ହେବେ । ୭ଜୁନରୁ ୧୫ ଜୁନ୍ ପର୍ଯ୍ୟନ୍ତ ନ୍ୟାସ ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ଜନ୍ମୋତ୍ସବରେ ରାମ ମନ୍ଦିର ନିର୍ମାଣ ଉପରେ ମହତ୍ୱପୂର୍ଣ୍ଣ ଚର୍ଚ୍ଚା ହେବ ।