ରାତି ପାହିଲେ ନୂଆଁଖାଇ । ଉତ୍ସବମୁଖର ପଶ୍ଚିମ ଓଡିଶା, କଳା ସଂସ୍କୃତିକୁ ସାରା ଓଡିଶା ସହ ପରିଚିତ କରିବା ପାଇଁ କନକ ନ୍ୟୁଜର ନିଆରା ପ୍ରୟାସ ।

482

କନକ ବ୍ୟୁରୋ: ରାତି ପାହିଲେ ନୂଆଁଖାଇ । ଉତ୍ସବ ମୁଖର ପଶ୍ଚିମ ଓଡ଼ିଶା । ଆଉ ଏହି ନୂଆଁଖାଇ ଅବସରରେ ପଶ୍ଚିମ ଓଡ଼ିଶାର କଳା-ସଂସ୍କୃତି ଏବଂ ପର୍ବ-ପର୍ବାଣୀକୁ ସାରା ଓଡ଼ିଶା ସହ ଯୋଡ଼ିବାକୁ ଏକ ଛୋଟିଆ ପ୍ରୟାସ କରିଛି କନକ ନ୍ୟୁଜ୍ ଟିମ୍ । ଏକତାର ପର୍ବ ନୂଆଁଖାଇ ଅବସରରେ ଯୋଡ଼ିବାର ଏକ ନିଆରା ପ୍ରୟାସ । ପଶ୍ଚିମ ଓଡ଼ିଶାର କଳା-ସଂସ୍କୃତିକୁ ସାରା ଓଡ଼ିଶା ସହ ଯୋଡ଼ିବା ଏବଂ ଭାଇଚାରାର ଭାବନାକୁ ଆହୁରୀ ମଜବୁତ କରିବା ଲକ୍ଷ୍ୟରେ କନକ ନ୍ୟୁଜ୍ ପ୍ରସ୍ତୁତ କରିଛି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆମର୍ ନୂଆଁଖାଇ ।

ସମ୍ବଲପୁରରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସମ୍ବଲପୁରୀ-କୋଶଳୀ କବି ହଳଧର ନାଗ୍ ସାମିଲ ହୋଇ ସମସ୍ତଙ୍କୁ ନୂଆଁଖାଇ ପର୍ବର ଶୁଭେଚ୍ଛା ଜଣାଇବା ସହ କବିତା ଆବୃତି କରିଥିଲେ । ସେହିପରି ସମ୍ବାଦ ସଂପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ନିଜର ପିଲା ଦିନର ଅନୁଭୁତି ବଖାଣିଥିଲେ । ପିଲାଦିନେ ମନମୁଣ୍ଡାରେ କେମିତି ଖଡିଛୁଆଁ ହୋଇଥିଲା ତା’ର ଅନୁଭୁତି କହିଥିଲେ ସୌମ୍ୟରଂଜନ ପଟ୍ଟନାୟକ ।

ଏହି କାର୍ଯ୍ୟକ୍ରମ ଅବସରରେ ପଶ୍ଚିମ ଓଡ଼ିଶାର କଳା-ସଂସ୍କୃତି, ପରମ୍ପରା ଓ ଭାଷା ନେଇ ଏକ ବିସ୍ତୁତ ଆଲୋଚନା ହୋଇଥିଲେ । ଆଲୋଚନାକୁ ପରିଚାଳନା କରିଥିଲେ କନକ ନ୍ୟୁଜ୍ ଏଡିଟର । ଯେଉଁଥିରେ ରାଜ୍ୟର ତିନି ପ୍ରମୁଖ ଦଳର ନେତା ନିଜ ନିଜ ମତାମତ ରଖିଥିଲେ । ନୂଆଁଖାଇ ଅବସରରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶାର ଅନେକ ପ୍ରତିଭାଙ୍କୁ ମଧ୍ୟ ସମ୍ମାନିତ କରିଥିଲେ ସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ।