ଆସନ୍ତାକାଲି କେରଳ ଛୁଇଁବ ମୌସୁମୀ ! ୧୨ ଘଂଟା ମଧ୍ୟରେ ବାତ୍ୟାର ରୂପ ନେଇପାରେ ସାଇକ୍ଲୋନିକ ଷ୍ଟର୍ମ ମୋରା

25

କନକ ବ୍ୟୁରୋ : ଆସନ୍ତାକାଲି କେରଳ ଛୁଇଁବ ମୌସୁମୀ । ୧୨ ଘଂଟା ମଧ୍ୟରେ ବାତ୍ୟାର ରୂପ ନେଇ ପାରେ ସାଇକ୍ଲୋନିକ ଷ୍ଟର୍ମ ମୋରା । ଏହି ଝଡ ଏବେ ଘଂଟା ପ୍ରତି ୧୩ କିଲୋମିଟର ବେଗରେ ଉତ୍ତର, ଉତ୍ତରପୂର୍ବ ଦିଗରେ ସ୍ଥଳଭାଗ ଆଡକୁ ଅଗ୍ରସର ହେଉଛି ।

ଏହା ପାରାଦ୍ୱୀପଠାରୁ ୫୯୦ କିଲୋମିଟର ଦୂରରେ ରହିଛି । ଏହାର ପ୍ରଭାବରେ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି । ମୋରା ପ୍ରଭାବରେ ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ହୋଇପାରେ । ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ପାରଦ୍ୱୀପ ଓ ଗୋପାଳପୁରରେ ୨ ନମ୍ବର ବିପଦ ସଂକେତ ଜାରି କରାଯାଇଛି ।