ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ମତଦାନ : ୭ଟି ଜିଲ୍ଲାର ୨୩ଟି ବୁଥରେ ହେବ ସାନି ଭୋଟ

24

କନକ ବ୍ୟୁରୋ: ୭ଟି ଜିଲ୍ଲାର ୨୩ଟି ବୁଥରେ ହେବ ସାନି ମତଦାନ । ବାଲଟ ପେପରେ ତ୍ରୁଟି ଓ ଗଣ୍ଡଗୋଳ ଯୋଗୁଁ ଏସବୁ ବୁଥରେ ଦ୍ୱିତୀୟ ପର୍ଯ୍ୟାୟ ପଂଚାୟତ ନିର୍ବାଚନରେ ଭୋଟ ଗ୍ରହଣ ହୋଇପାରି ନାହିଁ । ୨୧ଟି ସ୍ଥାନରେ ଗଣ୍ଡଗୋଳ ହୋଇଥିବା ବେଳେ ୨ଟି ସ୍ଥାନରେ ବାଲଟ ପେପର ଭୁଲ ଥିବା କହିଛନ୍ତି ରାଜ୍ୟ ନିର୍ବାଚନ କମିସନ ସଚିବ ରବିନ୍ଦ୍ର ନାଥ ସାହୁ ।

ସେପଟେ ଆସନ୍ତାକାଲି ୩୦ଟି ଜିଲ୍ଲାର ୬୫ ବ୍ଲକରେ ତୃତୀୟ ପର୍ଯ୍ୟାୟ ମତଦାନ ହେବ । ମୋଟ ୧୭୫ଟି ଜିଲ୍ଲା ପରିଷଦ ଜୋନ ପାଇଁ ଭୋଟ ଗ୍ରହଣ ହେବ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-