ବଲାଙ୍ଗୀରରେ ନିଆରା ହୋଲି : ଅବିର ବଦଳରେ ବିଲାତିରେ ହୋଲି ପାଳନ

69

କନକ ବ୍ୟୁରୋ : ଅବିର ବଦଳରେ ବିଲାତିରେ ହୋଲି ପାଳନ । ଏପରି ଦେଖିବାକୁ ମିଳିଛି ବଲାଙ୍ଗୀରରେ । ଚାଷୀଙ୍କୁ ଅଭାବୀ ବିକ୍ରି ସମସ୍ୟାରୁ ନିସ୍ତାର ଦେବା ପାଇଁ କ୍ୱିଂଟାଲ କ୍ୱିଂଟାଲ ବିଲାତି କିଣି ଲୋକେ ଏଥିରେ ହୋଲି ପାଳନ କରିଛନ୍ତି ।

ରଙ୍ଗର ପର୍ବ ହୋଲିରେ ବଲାଙ୍ଗିରରେ ଦେଖିବାକୁ ମିଳିଥିଲା ନିଆରା ହୋଲି । ସମସ୍ତେ ରଙ୍ଗ ଓ ଅବିରରେ ହୋଲି ଖେଳୁଥିବା ବେଳେ ବଲାଙ୍ଗୀରର ଯୁବପିଢି ହୋଲି ଖେଳିଥିଲେ ବିଲାତିରେ । ରାସାୟନିକ ରଙ୍ଗରୁ ଦୂରେଇ ରହି କ୍ୱିଂଟାଲ କ୍ୱିଂଟାଲ ବିଲାତିରେ ହୋଲି ପାଳନ କରିଛନ୍ତି ରାଧାରାଣୀ ପଡା ଅଂଚଳର ଯୁବକମାନେ ।ଏହାସହ ଲୋକଙ୍କୁ ମଧ୍ୟ ରାସାୟନିକ ରଙ୍ଗରୁ ଦୂରରେ ରହି ପ୍ରାକୃତିକ ପଦ୍ଧତିରେ ହୋଲି ଖେଳିବା ପାଇଁ ଅବଗତ କରାଇଛନ୍ତି ଏହି ଯୁବକମାନେ ।

ଚାଷୀଙ୍କ ଅଭାବୀ ବିକ୍ରି ସମସ୍ୟାକୁ କିଛି ମାତ୍ରାରେ ଦୂର କରିବା ପାଇଁ ଏହି ପଦକ୍ଷେପ ନେଇଛନ୍ତି ଏମାନେ । ରଙ୍ଗ ବଦଳରେ ଚାଷୀଙ୍କ ଠାରୁ ବିଲାତି କିଣି ତାଙ୍କ ମୁହଁରେ ହସ ଫୁଟାଇବା ପାଇଁ କରିଛନ୍ତି ଏହି ପ୍ରୟାସ । କିଛି ବିଲାତି ବିକ୍ରି କରି ଚାଷୀ ଦୁଇ ପଇସା ରୋଜଗାର କରିପାରିବ ବୋଲି ଏହି ନିଆରା ପଦକ୍ଷେପ ନେଇଛନ୍ତି ଯୁବପୀଢୀ । ଏହାକୁ ସ୍ଥାନୀୟଲୋକେ ବେଶ ପ୍ରଶଂସା କରିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –