କାଲି କାଳି ଆଜି ଟମାଟୋ : ଜଗନ୍ନାଥଙ୍କୁ ଅସମ୍ମାନ ପ୍ରତିବାଦରେ କମେଡି କିଙ୍ଗ୍ ପପୁଙ୍କୁ ପ୍ରତିବାଦ ଜାରି

29

କନକ ବ୍ୟୁରୋ : କମେଡିଆନ ପପୁଙ୍କ ମନ୍ତବ୍ୟକୁ ବିରୋଧ ଜାରି ରହିଛି । ଆଜି ତାଙ୍କ ବରମୁଣ୍ଡାସ୍ଥିତ ବାସଭବନ ଉପରକୁ ଟମାଟୋ ମାଡ ହୋଇଛି । ଟମାଟୋ ମାଡ କରିଛନ୍ତି ହିନ୍ଦୁସେନା କର୍ମୀ । ହିନ୍ଦୁସେନା କର୍ମୀମାନେ ଟମାଟୋ ମାଡ କରିବା ସହ ପପୁଙ୍କ ବିରୋଧରେ ନାରାବାଜି କରିଛନ୍ତି । ଉତେଜନାକୁ ନିୟନ୍ତ୍ରଣ କରିବା ପାଇଁ ଘଟଣାସ୍ଥଳରେ ପୁଲିସ ପହଁଚିଛି ।

ପପୁ ଜଗନ୍ନାଥ ଓ ତୁଳସୀକୁ ନେଇ ଅପ୍ରୀତିକର ମନ୍ତବ୍ୟ ଦେବା ପରେ ତାଙ୍କୁ ଲଗାତାର ଭାବରେ ବିରୋଧ ଜାରି ରହିଛି । ଗତକାଲି ଲୁଲୁସେନା ପକ୍ଷରୁ ପପୁଙ୍କ ଉପରକୁ କାଳିମାଡ କରାଯାଇଥିଲା ।

ଏହା ସହ ଦେଖନ୍ତୁ ଏହି ଭିଡିଓ –