ଭୁବନେଶ୍ୱର ତମାଣ୍ଡୋରେ ଗୁଳିକାଣ୍ଡ ଘଟଣା ! ମୁଖ୍ୟ ଅଭିଯୁକ୍ତ ସମେତ ୩ ଗିରଫ

33

କନକ ବ୍ୟୁରୋ : ଭୁବନେଶ୍ୱର ତମାଣ୍ଡୋରେ ଗୁଳିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୩ ଗିରଫ । ମୁଖ୍ୟ ଅଭିଯୁକ୍ତ କାହ୍ନା ସମେତ ୩ ଜଣଙ୍କୁ ଗିରଫ କରିଛି କମିସନରେଟ ପୁଲିସ । ଗତକାଲି ଗୁଳିମାଡରେ ଜଣେ ଯୁବକର ମୃତ୍ୟୁ ହୋଇଥିଲା । ମୃତ ଯୁବକ ଜଣକ ତମାଣ୍ଡୋ ଗାଁର ଅଭିଜିତ୍ ବେହେରା ବୋଲି ଜଣାପଡିଛି ।

ଅଭିଜିତଙ୍କ ମୃତ ଦେହକୁ ଆମରି ହସ୍ପିଟାଲରେ ରଖାଯାଇଛି । ପରେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ । ଦୁର୍ବୃତମାନେ ବାଇକରେ ଆସି ଗୁଳିମାଡ କରିଥିବା ସୂଚନା ମିଳିଛି । ଗୁଳିମାଡ କରି ପାଂଚ ଜଣ ଦୁର୍ବୃତ ଫେରାର ହୋଇଯାଇଥିବା ଜଣାପଡିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୁଳିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି ।