ଜାମଶୋଳା ଟୋଲଗେଟ୍ ଗଣ୍ଡଗୋଳ ମାମଲା ! ଜେଲ ଗଲେ ମୟୂରଭଂଜ ଜିଲ୍ଲା ବିଜେପି ସଭାପତିଙ୍କ ସମେତ ୪ ନେତା

21

କନକ ବ୍ୟୁରୋ : ଜେଲ ଗଲେ ବିଜେପିର ୪ ନେତା । ଟୋଲ ଗେଟରେ ଗଣ୍ଡଗୋଳ ଘଟଣାରେ ବିଜେପି ନେତାଙ୍କୁ ଗିରଫ କରିଛି ପୁଲିସ । ୨୦୧୬ ମସିହାରେ ଜାମଶୋଳା ଗେଟ୍ ଗଣ୍ଡଗୋଳ ମାମଲାରେ ୧୪ ଦିନ ପାଇଁ ଜେଲ ଯାଇଛନ୍ତି ମୟୁରଭଂଜ ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର, ଜିଲ୍ଲା କୋଷାଧ୍ୟକ୍ଷ ପ୍ରକାଶ ଆଗ୍ରୱାଲ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଛୋଟେଲାଲ୍ ମହାନ୍ତି, ନିହାର ମୋଦି । ସ୍ୱତନ୍ତ୍ର କୋର୍ଟ ଜିଲ୍ଲା ଦୌରାଜଜଙ୍କ ନିର୍ଦେଶ ମୁତାବକ ଏମାନଙ୍କୁ ଜେଲ ପଠାଇ ଦିଆଯାଇଛି । ମେ ୨୩, ୨୦୧୬ରେ ଜାମଶୋଳା ଗେଟରେ ଗଣ୍ଡଗୋଳ ହୋଇଥିଲା । ଏନେଇ ଟୋଲଗେଟ୍ ସିଟିଓ ଝାରପୋଖରିଆ ଥାନାରେ ଏତଲା ଦେଇଥିଲେ ।