ନଭେମ୍ବର ୧୧ ପର୍ଯ୍ୟନ୍ତ ଟୋଲମୁକ୍ତ ହେଲା ସମସ୍ତ ଜାତୀୟ ରାଜପଥ : କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ଘୋଷଣା

73

କନକ ବ୍ୟୁରୋ : ନଭେମ୍ବର ୧୧ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଟୋଲ ମୁକ୍ତ ରହିବ ସମସ୍ତ ଜାତୀୟ ରାଜପଥ । କୌଣସି ଟୋଲ୍ ଗେଟରେ ଆଦାୟ ହେବନି ଟ୍ୟାକ୍ସ । ଏହା ଆଜି ଘୋଷଣା କରିଛନ୍ତି କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ଏନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି ନୀତିନ ।

ଜାତୀୟ ରାଜପଥ ଦେଇ ଗଲାବେଳେଳେ ଟୋଲ୍ ଗେଟରେ ଗାଡି ଗୁଡିକ ଟ୍ୟାକ୍ସ ଦେଇଥାନ୍ତି । ତେବେ ଦେଶରେ ୫୦୦ ଓ ୧୦୦୦ଟଙ୍କିଆ ନୋଟ୍ ଅଚଳ ପାଇଁ ସରକାର ଘୋଷଣା କରିବା ପରେ ଟ୍ୟାକ୍ସ ଆଦାୟ ବେଳେ ଅସୁବିଧାକୁ ଏଡାଇବାକୁ ସଡକ ପରିବହନ ମନ୍ତ୍ରଣାଳୟ ଏପରି ନିଷ୍ପତି ନେଇଥିବା ସୂଚନା ମିଳିଛି ।