ଟୋଲଗେଟ ଶୁଳ୍କ ବୃଦ୍ଧି ବିବାଦ:ବର୍ଦ୍ଧିତ ଟୋଲ ଫି ସ୍ଥଗିତ ପରେ ବସ ଚଳାଚଳ ସ୍ୱାଭାବିକ

37

ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ୍ : ବିବାଦୀୟ ହୋଇପଡିଛି ରାଜ୍ୟର ଟୋଲଗେଟ ଶୁଳ୍କ ବୃଦ୍ଧି ପ୍ରସଙ୍ଗ । ଏନେଇ ସରକାରଙ୍କ ସହ ଆଲୋଚନା କରି ସମାଧାନ ବାଟ ନବାହାରିଲେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଥିଲା ବସ ମାଲିକ ସଂଘ । ଶୁଳ୍କ ବୃଦ୍ଧି ହେଲେ ବସଭଡା ବଢିବ ଏବଂ ସାଧାରଣ ଯାତ୍ରୀ ହଇରାଣ ହେବେ ବୋଲି ମତ ରଖିଥିଲା ସଂଘ । ସେପଟେ ମନ୍ତ୍ରୀ ଏହି ପ୍ରସଙ୍ଗରେ କନକ ନ୍ୟୁଜକୁ ଦେଇଥିବା ପ୍ରତିକ୍ରିୟାରେ ଆଜିଠାରୁ ନୂଆ ଶୁଳ୍କ ଆଦାୟ ହେବ ନାହିଁ ବୋଲି ସୂଚନା ଦେଇଛନ୍ତି । ଆସନ୍ତା ୪ ତାରିଖରେ ଭାରତୀୟ ଜାତୀୟ ରାଜପଥ କର୍ତୃପକ୍ଷର ଏକ ପ୍ରତିନିଧି ଦଳ ଓଡିଶା ଗସ୍ତରେ ଆସିବେ । ଏହି ସମୟରେ ରାଜ୍ୟରେ ଥିବା ଟୋଲଗେଟ୍ ପ୍ରସଙ୍ଗରେ ଆଲୋଚନା ହେବ । ଏହା ପରେ ହିଁ ନୂଆ ଶୁଳ୍କ ନେଇ ନିଷ୍ପତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ବର୍ଦ୍ଧିତ ଶୁଳ୍କ ଆଦାୟ ନହେଲେ ବସ ଧର୍ମଘଟର ସମ୍ଭାବନା ନାହିଁ ବୋଲି ଓଡିଶା ରାଜ୍ୟ ବସ ମାଲିକ ସଂଘ ସଭାପତି କହିଛନ୍ତି ।