ଜୁନ୍ ୧ରୁ ଜାତୀୟ ରାଜପଥରେ ୧୦ଗୁଣା ବଢିବ ଟୋଲ ଫି

23

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଜୁନ୍ ୧ ତାରିଖରୁ ଜାତୀୟ ରାଜପଥରେ ଚଳାଚଳ କରୁଥିବା ବସଗୁଡିକ ପ୍ରାୟ ୧୦ ଗୁଣା ଟୋଲ ଫି ଦେବେ । ବାହାର ରାଜ୍ୟର ବସ ଉପରେ ଏହି ଫି ବହୁଗୁଣା ବଢିଯିବ । କେବଳ ସେତିକି ନୁହେଁ ଯାତ୍ରୀଙ୍କ ପକେଟରୁ ବି ଯିବ ଟୋଲ ଫି । ଜାତୀୟ ରାଜପଥ କର୍ତୃପକ୍ଷ ରାଜ୍ୟର ସମସ୍ତ ଟୋଲ ପ୍ଲାଜା କର୍ତୃପକ୍ଷଙ୍କୁ ଏଭଳି ହ୍ୱିପ ଜାରି କରିଛନ୍ତି । ଜାତୀୟ ରାଜପଥ କର୍ତୃପକ୍ଷ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଓଡିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ମେ ୧୮ ତାରିଖରେ ଜାରି ବିଜ୍ଞପ୍ତି ଅନୁସାରେ ଜୁନ୍ ପହିଲାରୁ ବର୍ଦ୍ଧିତ ଟୋଲ ଆଦାୟ କରାଯିବ । ରାଜ୍ୟ ସରକାରଙ୍କ ମୋଟର ଯାନ ଆଇନର ୧୯୮୮ ଧାରା ୬୭ ଅନୁଯାୟୀ ଜୁନ୍ ପହିଲାରୁ ଯାତ୍ରୀବାହୀ ବସଗୁଡିକ ଏହି ବର୍ଦ୍ଧିତ ଫି ଗଣିବେ । ଏପଟେ ବସ୍ ମାଲିକଙ୍କ ସହ ରାଜ୍ୟ ସରକାର ଆଲୋଚନା ଜାରି ରଖିଥିବାବେଳେ ଆସନ୍ତାକାଲିଠାରୁ ବର୍ଦ୍ଧିତ ଦେୟ ଆଦାୟ ପାଇଁ ଘୋଷଣା ହୋଇଛି ।