ବର୍ଦ୍ଧିତ ଟୋଲ ଫି ଆଦାୟ ହେଲେ କାଲିଠାରୁ ବସ୍ ଚଳାଚଳ ବନ୍ଦ କରିବାକୁ ବସ୍ ମାଲିକ ସଂଘର ଚେତାବନୀ

27

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଜୁନ୍ ୧ ତାରିଖରୁ ଜାତୀୟ ରାଜପଥରେ ଚଳାଚଳ କରୁଥିବା ବସଗୁଡିକ ପ୍ରାୟ ୧୦ ଗୁଣା ଟୋଲ ଫି ଆଦାୟ ପ୍ରସଙ୍ଗରେ ତାତିଲା ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ବର୍ଦ୍ଧିତ ଟୋଲ ଫି ଆଦାୟ ହେଲେ ଆସନ୍ତାକାଲିଠୁ ବସ୍ ଚଳାଚଳ ବନ୍ଦ ହେବ । ବେଆଇନ୍ ଟୋଲଗେଟ୍ ଥିବା ରୁଟରେ ବସ୍ ଚଳାଚଳ ବନ୍ଦ କରିବା ନେଇ ସଂଘ ଚେତାବନୀ ଦେଇଛି  । ରାଜ୍ୟରେ ବେଆଇନ୍ ଭାବେ ୫ଟି ଟୋଲଗେଟ୍ ଥିବା ସ୍ୱୀକାର କରିଛନ୍ତି ରାଜ୍ୟ ସରକାର । ବିଶେଷ କରି କଟକ ଓ ଚଣ୍ଡିଖୋଲର ୫ ନମ୍ବର ଜାତୀୟ ରାଜପଥରେ ଥିବା ମଙ୍ଗୁଳି, ଭଦ୍ରକ ଓ ଚଣ୍ଡିଖୋଲ ମଧ୍ୟରେ ଥିବା ପାଣିକୋଇଲି, ଭୁବନେଶ୍ୱର ଓ ପୁରୀ ମଧ୍ୟରେ ୨୦୩ ନମ୍ବର ଜାତୀୟ ରାଜପଥରେ ପିପିଲି, ଚଣ୍ଡିଖୋଲ ଓ ପାରାଦୀପ ମଧ୍ୟରେ ଥିବା ଶ୍ରୀରାମପୁର ଏବଂ ସମ୍ବଲପୁର ଓ ବରଗଡ ମଧ୍ୟରେ ଥିବା ବାହାରଗୋଡା ଟୋଲଗେଟରେ ବସ ଚଳାଚଳ ବନ୍ଦ କରାଯିବ ବୋଲି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଚେତାବନୀ ଦେଇଛି ।