ଅନ୍ନା ଅନ୍ନା, କାକା ଓ-କାକା ! କୁକୁଡା ଓ ମଣିଷର ନିଆରା ସମ୍ପର୍କ, ମାଲିକକୁ ତାର ନାଁ ଧରି ଡାକୁଛି କୁକୁଡା ।

98

ପଶୁ ପକ୍ଷୀ ମାନଙ୍କ ବ୍ୟବହାରକୁ ନେଇ ଏପରି ଅନେକ ଘଟଣା ସାମ୍ନାକୁ ଆସିଛି ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ସେହିଭଳି ଏକ ପଶୁର ଆଶ୍ଚର୍ଯ୍ୟକର ବ୍ୟବହାର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି । ମହାରାଷ୍ଟ୍ରର ସାଂଗଲି ଗାଁରେ ବାସ କରୁଥିବା ବସନ୍ତ କାଂବଲେ ତାଙ୍କ ଘରେ ଏକ କୁକୁଡାକୁ ପାଳିଛନ୍ତି । ବସନ୍ତ ପାଳିଥିବା କୁକୁଡା କୁକୁଡୁ-କୁ ବୋବାଇବା ବଦଳରେ ତା ମାଲିକକୁ କାକା ଓ-କାକା କହି ଡାକୁଛି ।

ବସନ୍ତଙ୍କ କହିବା ଅନୁସାରେ, ସକାଳୁ ଉଠିବା ମାତ୍ରେ କୁକୁଡା କୁକୁଡୁ କୁ ବଦଳରେ କାକା ଓ-କାକ ରାବ ଛାଡିଥାଏ । ଯେପର୍ଯ୍ୟନ୍ତ ମାଲିକ ବସନ୍ତ କୁକୁଡାକୁ ଦେଖା ନକରିଛନ୍ତି ସେପର୍ଯ୍ୟନ୍ତ କୁକୁଡା ରାବ ଛାଡିଥାଏ । ବସନ୍ତ କୁକୁଡାକୁ ଦେଖା କରି ଖାଇବାକୁ ଦେବେ ମାତ୍ରେ କୁକୁଡାଟି ଚୁପ ହୋଇଯାଇଥାଏ । ଯେବେ କୁକୁଡାଟି ଆଠ ମାସର ଥିବା ବେଳେ ବସନ୍ତ ତାକୁ ଘରକୁ ଆଣିଥିଲେ । କୁକୁଡାଟି ମାଲିକର ସ୍ନେହ ଶ୍ରଦ୍ଧା ପାଇ ଧିରେ ଧିରେ ବଡ ହୋଇଥିଲା । ଏବେ ଏହି କୁକୁଡା ତା ମାଲିକକୁ କାକା ଓ-କାକ କହି ଡାକୁଛି ।

ଉଲ୍ଲେଖଯୋଗ୍ୟ କି, ବସନ୍ତଙ୍କ ଭଳି ସେହି ଗାଁର ଅନ୍ୟ ଜଣେ ଲୋକ ଲକ୍ଷ୍ମଣ କୁକୁଡା ଚାଷ କରନ୍ତି । ସେ ମଧ୍ୟ ତାଙ୍କ ଘରେ ଏକ କୁକୁଡା ପାଳିଛନ୍ତି । ବସନ୍ତଙ୍କ କୁକୁଡା ଭଳି ଲକ୍ଷ୍ମଣଙ୍କ କୁକୁଡା ମଧ୍ୟ ତା ମାଲିକକୁ ନାଁ ଧରି ଡାକୁଛି । ଗାଁ ଲୋକ ମାନେ ଲକ୍ଷ୍ମଣକୁ ଶ୍ରଦ୍ଧାରେ ଅନ୍ନା ଅନ୍ନା ବୋଲି ଡାକନ୍ତି । ଠିକ ସେହିଭଳି ଲକ୍ଷ୍ମଣ ପାଳିଥିବା କୁକୁଡା ମଧ୍ୟ ତାଙ୍କୁ ଅନ୍ନା ଅନ୍ନା କହି ଡାକୁଛି । ଗାଁ ଲୋକଙ୍କ କହିବା ଅନୁସାରେ କୁକୁଡାଟି ବିଲକୁଲ ମଣିଷ ଭଳି ଉଚାରଣ କରି ତା ମାଲିକକୁ ଅନ୍ନା ଅନ୍ନା ଡାକୁଛି ।