ଟୋଲ୍ ଫି ଆଦାୟକୁ ନେଇ ରାଜ୍ୟ ସରକାର ଓ ବସ୍ ମାଲିକ ସଂଘ ମୁହାଁମୁହିଁ

24

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଟୋଲ୍ ଫି ଆଦାୟକୁ ନେଇ ରାଜ୍ୟ ସରକାର ଓ ବସ୍ ମାଲିକ ସଂଘ ମୁହାଁମୁହିଁ ହୋଇଛନ୍ତି। ପରୋକ୍ଷରେ ଯାତ୍ରୀମାନଙ୍କଠାରୁ ଟୋଲ ଫି ଆଦାୟକୁ ବିରୋଧ କରିଛି ବସ୍ ମାଲିକ ସଂଘ । ପ୍ରତିବାଦରେ ବସ୍ ଚଳାଚଳ ବନ୍ଦ କରିବ ବୋଲି ଚେତାବନୀ ଦେଇଛି । ସରକାର ରାଜ୍ୟରେ ଥିବା ବିଭିନ୍ନ ଟୋଲ୍ ଗେଟ ଗୁଡିକରେ ବସ ଗୁଡିକରୁ ଦୈନିକ ଟୋଲ୍ ଫି ଆଦାୟ କରିବା ପାଇଁ ୧୮ ତାରିଖରେ ବିଜ୍ଞପ୍ତି କରିଥିଲେ । ଦୈନିକ ୫ଶହ ଟଙ୍କା ଟୋଲ୍ ଫି ଆଦାୟ କରିବା ପରିବର୍ତେ ମାସିକ ଫି ଦେବା ପାଇଁ ଆଗ୍ରହ ପ୍ରକାଶ କରିଛି ବସ୍ ମାଲିକ ସଂଘ । ତେଣୁ ସରକାର ଯଦି ଦାବି ପୂରଣ ନକଲେ ଟୋଲ୍ ଫି  ଅଂଚଳରେ ବସଚଳାଚଳ ବନ୍ଦ ରଖିବ ବୋଲି ସଂଘର ସଂପାଦକ ଦେବେନ୍ଦ୍ର ସାହୁ ପ୍ରେସ ମିଟରେ ସୂଚନା ଦେଇଛନ୍ତି ।