ଟୋକନ ବ୍ୟବସ୍ଥାରେ ଧାନ ବିକ୍ରିକୁ ନେଇ ପଶ୍ଚିମଓଡିଶାରେ ତେଜିଲା ଚାଷୀ ଅସନ୍ତୋଷ । ଆଜି ସମ୍ବଲପୁରର ୪ ବିଧାୟକଙ୍କ ଘର ସମ୍ମୁଖରେ ଧାନ ରଖି ଅବରୋଧ କରିବାକୁ ଚେତାବନୀ 

185

କନକ ବ୍ୟୁରୋ : ରାଜ୍ୟସ୍ତରୀୟ ଟୋକନ୍ ବ୍ୟବସ୍ଥାରେ ଧାନ ବିକ୍ରିକୁ ନେଇ ପଶ୍ଚିମ ଓଡ଼ିଶାରେ ତେଜୁଛି ଚାଷୀ ଅସନ୍ତୋଷ । ଏହି ଟୋକନ ବ୍ୟବସ୍ଥାକୁ ପ୍ରତ୍ୟାହାର କରିବା ଦାବିରେ ଅଡି ରହିଛନ୍ତି ଚାଷୀ । ଏହାର ପ୍ରତିବାଦରେ ଆଜି ସମ୍ବଲପୁର ଜିଲ୍ଲାର ୪ ଜଣ ବିଧାୟକଙ୍କ ଘର ସମ୍ମୁଖରେ ଚାଷୀ ମାନେ ଧାନ ରଖି ଅବରୋଧ କରିବାକୁ ନିଷ୍ପତି ନେଇଛନ୍ତି  । ଗତକାଲି ଶହ ଶହ ଚାଷୀ ଧାରଣା ଦେବା ପରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାନଗାଡି ରଖି ଅବରୋଧ କରିଥିଲେ ।

ଯେ, ପର୍ଯ୍ୟନ୍ତ ଅନଲାଇନ୍  ଟୋକନ ବ୍ୟବସ୍ଥା ବନ୍ଦ ହୋଇନାହିଁ ସେ ପର୍ଯ୍ୟନ୍ତ ଧାନ ବିକିବେ ନାହିଁ ବୋଲି ଚାଷୀ, ଚେତାବନୀ ଦେଇଛନ୍ତି । ସେପଟେ ବରଗଡରେ ମଧ୍ୟ ଟୋକନ ବ୍ୟବସ୍ଥାକୁ ବିରୋଧ କରି ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି । ସରକାର ମଣ୍ଡି ଖୋଲିଥିଲେ ବି ନୂଆ ଟୋକନ ବ୍ୟବସ୍ଥା ଯୋଗୁଁ ଅଚଳାବସ୍ଥା ସୃଷ୍ଟି ହୋଇଥିବା ଅଭିଯୋଗ କରିଛନ୍ତି ଚାଷୀ । ଏହାର ସମାଧାନ ପାଇଁ ଦେଇଥିବା ଡେଡଲାଇନ ସରିବା ପରେ ଗତକାଲି ଆନ୍ଦୋଳନକୁ ଓହ୍ଲାଇଥିଲେ ଶହ ଶହ ଚାଷୀ  ।