ଏଣିକି ନିଜେ ନିଜକୁ ସ୍ୱଚ୍ଛ ରଖିବ ଟଏଲେଟ ! ଆପଣ ମଧ୍ୟ ଆପଣାନ୍ତୁ ଏହି ପ୍ରକ୍ରିୟା ।

50

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସ୍ୱଚ୍ଛ ଭାରତ ଅଭିଯାନକୁ ଅନେକ ସ୍ତରରେ ଲୋକମାନେ ପାଳନ କରୁଥିବା ଦେଖିବାକୁ ମିଳିଛି । କିଛି ଲୋକ ବିଭିନ୍ନ ପ୍ରକାର ସଚେତନତା ମୂଳକ କାର୍ଯ୍ୟକ୍ରମ ଜରିଆରେ ମଧ୍ୟ ସ୍ୱଚ୍ଛ ଭାରତ ଅଭିଯାନର ପ୍ରଚାର ପ୍ରସାର କରୁଛନ୍ତି । ଏହାରି ମଧ୍ୟରେ କପିଲ ଅଗ୍ରୱାଲ ଏବଂ ପ୍ରିୟାଂଶୁ ପ୍ରତାପ ସିଂହଙ୍କ ଟିମ୍ ଏମିତି ଏକ ସିଷ୍ଟମ ପ୍ରସ୍ତୁତ କରିଛନ୍ତି, ଯାହାକି ସାଧାରଣ ସ୍ତରରେ ସ୍ମାର୍ଟ ଟଏଲେଟର ପରିକଳ୍ପନାକୁ ବାସ୍ତବର ରୂପ ଦେଇଛି । ଏହି ସିଷ୍ଟମକୁ ଅନଲକ୍ ଏବଂ ଫ୍ଲାସ ନାମ ଦିଆଯାଇଛି । ଏହାକୁ ଟଏଲେଟରେ ଲଗାଯାଇ ସାଧାରଣ ଟଏଲେଟକୁ ମଧ୍ୟ ସ୍ମାର୍ଟ ଟଏଲେଟ କରାଯାଇପାରିବ ।

ଗାଜିଆବାଦରେ ବାଦରେ ବାସ କରୁଥିବା ୨୩ ବର୍ଷୀୟ କପିଲ ଗ୍ରେଟର ନୋଏଡା ଏବିଏସ ଇନଫରମେସନ ଟେକ୍ନୋଲୋଜି ସଂସ୍ଥାନରୁ ପାଠ ପଢିଛନ୍ତି । ସେ ଏକ ସିଷ୍ଟମ ପ୍ରସ୍ତୁତ କରିଛନ୍ତି, ଯେଉଁଥିରେ ଟଏଲେଟରେ ଫ୍ଲାସ କରିବାର କୌଣସି ଆବଶ୍ୟକତା ନାହିଁ । ଟଏଲେଟର କବାଟ ଖୋଲିବା ଏବଂ ବନ୍ଦ କରିବା ଦ୍ୱାରା ଏହି ସିଷ୍ଟମ ଅଟୋମେଟିକ କାମ କରିବା ଆରମ୍ଭ କରିଦେଇଥାଏ । ତେବେ ଏହି ସିଷ୍ଟମକୁ ଟଏଲେଟର କବାଟରେ ହିଁ ଲଗାଯାଇଥାଏ ଏବଂ ପାଣି ଟାଙ୍କିରେ ମଧ୍ୟ ଫିକ୍ସ କରାଯାଇଥାଏ । କୌଣସି ବ୍ୟକ୍ତି ଶୌଚ କରିବା ପାଇଁ ଯେତେବେଳେ କବାଟ ଖୋଲିଥାଏ, ସେତେବେଳେ ଏହି ସିଷ୍ଟମ ଅନ ହୋଇଯାଇଥାଏ । ଏବଂ ପାଣି ଟ୍ୟାଙ୍କରେ ପାଣି ଭରି ହୋଇଯାଇଥାଏ । ଶୌଚ ସରିବା ପରେ ବ୍ୟକ୍ତି ଜଣଙ୍କ ଯିବା ପାଇଁ କବାଟ ଖୋଲିଲେ ଏହି ସିଷ୍ଟମ ଦ୍ୱାରା କମୋଡରେ ଅଟୋମେଟିକ ଫ୍ଲାସ ହୋଇଯାଇଥାଏ ।

ଏବେ ଏହି ସିଷ୍ଟମର ମୂଲ୍ୟ ଚାରି ହଜାର ଟଙ୍କା ରହିଥିବା ବେଳେ ଯଦି କୌଣସି କମ୍ପାନୀ ଏଥିପ୍ରତି ନିବେଶ କରନ୍ତି, ତେବେ ଏହାର ମୂଲ୍ୟ କମିଯାଇପାରେ । ତେବେ ବିଶେଷଜ୍ଞଙ୍କ ମତରେ ଏହା ଅତ୍ୟନ୍ତ ଭଲ ଏବଂ ଇନୋଭେଟିଭ ପ୍ରୋଜେକ୍ଟ ଅଟେ । ଏଭଳି ସିଷ୍ଟମରେ କମ୍ପାନୀଗୁଡିକ ପ୍ରାୟତଃ ସେନସର ବ୍ୟବହାର କରିଥାନ୍ତି । କିନ୍ତୁ ସେମାନଙ୍କ ପୁରା କାର୍ଯ୍ୟ ମେକାନିକାଲ ହୋଇଥାଏ । କିନ୍ତୁ ଏହି ସିଷ୍ଟମରେ ସେପରି କୌଣସି ସେନସର ବ୍ୟବହାର କରାଯାଇନାହିଁ ।