ବସ୍ ଯାତ୍ରୀଙ୍କ ପାଇଁ ଖୁସି ଖବର ! ଟ୍ରେନ୍ ପରି ଏବେ ଲମ୍ବା ଯାତ୍ରା କରୁଥିବା ବସରେ ହେବ ଟୟଲେଟ୍ ବ୍ୟବସ୍ଥା

60

ପ୍ରଦୂଷଣମୁକ୍ତ ପରିବେଶ ପାଇଁ ପରିଚ୍ଛନ୍ନତା ଉପରେ ମୋଦି ସରକାର ଗୁରୁତ୍ୱ ଦେଇ ସ୍ୱଚ୍ଛ ଭାରତ ଅଭିଯାନ ଯୋଜନା ଚାଲୁ ରଖିଛନ୍ତି । ସ୍ୱଚ୍ଛ ଭାରତ ଅଭିଯାନରେ ସରକାର ଗାଁ ଗାଁରେ ଶୈାଚାଳୟ ନିର୍ମାଣ କରିଛନ୍ତି । ଲୋକଙ୍କ ସୁବିଧା ଓ ପରିବଶେ ସୁରକ୍ଷା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । କିନ୍ତୁ ଆପଣ ନିଶ୍ଚୟ ଅନୁମାନ କରିଥିବେ ପ୍ରାୟ ବସ୍ ଗୁଡ଼ିକରେ ଟୟଲେଟ୍ ସୁବିଧା ନାହିଁ । ତେବେ ପ୍ରଶ୍ନ ଉଠୁଛି ଏପରି ହେଲେ କ’ଣ ପରିବେଶ ପ୍ରଦୂଷଣ ହେଉନାହିଁ ? ଆପଣ ନିଶ୍ଚୟ ଧ୍ୟାନ ଦେଇଥିବେ ବସରେ ବଦୂ ଦୂର ଯାତ୍ରା କଲେ ମଧ୍ୟ ପ୍ରାୟ ବସରେ ଟୟଲେଟ୍ ସୁବିଧା ଉପଲବ୍ଧ ନାହିଁ । ଏନେଇ ବି ସରକାର ଦୃଷ୍ଟି ଦେବା ଜରୁରୀ ।

ତେବେ ଆଗାମୀ ସମୟରେ ବହୁ ଦୂର ଯାଉଥିବା ବସରେ ଟୟଲେଟ୍ ତିଆରି ହେବାର ସମ୍ଭାବନା ରହିଛି । ସରକାର ଏନେଇ ବିଚାର ବିମର୍ଷ କରି କିଛି ପଦକ୍ଷେପ ନିଅନ୍ତୁ ବୋଲି କହିଛି ସଂସଦୀୟ ସମିତି । ସମିତି ବିଭିନ୍ନ ପ୍ରକାର ଯାନବାହାନ ପାଇଁ ଭିନ୍ନ ଭିନ୍ନ ଲେନ୍ ଜରୁରୀ ବୋଲି ମଧ୍ୟ କହିଛି । ଆପଣ ସମସ୍ତେ ଜାଣନ୍ତି ଟ୍ରେନରେ ଟୟଲେଟ୍ ସୁବିଧା ଉପଲବ୍ଧ ଥାଏ । ଆଉ ଟ୍ରେନରେ ଟୟଲେଟ୍ ଥିବା ଯୋଗୁଁ ଯାତ୍ରୀଙ୍କୁ ଏନେଇ ବିଶେଷ କିଛି ଅସୁବିଧା ଭୋଗିବା ପାଇଁ ପଡ଼େନାହିଁ । କିନ୍ତୁ ବସ କଥା ବିଲକୁଲ ଅଲଗା । ବସ୍ ଯେତେ ଦୂର ଯାତ୍ରା କଲେ ମଧ୍ୟ ବସରେ ନଥାଏ ଟୟଲେଟ୍ ସୁବିଧା ନାହିଁ । ଲୋକଙ୍କୁ ଖେଲାରେ ଶୌଚ କରିବାକୁ ପଡ଼େ । ସମିତି ଅନୁସାରେ ନିର୍ମାଣ ଜ୍ଞାନକୌଶଳ ଉପଲବ୍ଧ ଥିଲେ ହେଁ ଦେଶରେ ଚାଲଥିବା ଅନେକ ବସରେ ଟୟଲେଟ୍ ସୁବିଧା । ଯଦ୍ୱାରା ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେବଳ ଅଳ୍ପ କିଛି ବସରେ ଟୟଲେଟ୍ ସୁବିଧା ଅଛି । ସରକାର ଏଥିପ୍ରତି ଦୃଷ୍ଟି ଦେଇ କିଛି ପଦକ୍ଷେପ ନେବା ଜରୁରୀ ବୋଲି କହି ଦୃଷ୍ଟି ଆକର୍ଷଣ କରିଛି ସଂସଦୀୟ ସମିତି ।