ଘୋଷଣା ହେଲା “ଟଏଲଟ ଏକ୍ ପ୍ରେମକଥା’ର ରିଲିଜ ତାରିଖ

61

ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ “ଟଏଲଟ ଏକ୍ ପ୍ରେମକଥା’ର ରିଲିଜ ତାରିଖ ଘୋଷଣା ହୋଇଛି । ଆସନ୍ତା ବର୍ଷ ଜୁନ ୨ ତାରିଖରେ ଫିଲ୍ମ ରିଲିଜ ହେବା ନେଇ ସୂଚନା ଦେଇଛନ୍ତି ଫିଲ୍ମ କିଟ୍ରିକ୍ସ ତରୁଣ ଆଦର୍ଶ । ଏବେ ଫିଲ୍ମର ସୁଟିଂ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ଏହି ଫିଲ୍ମରେ ଅକ୍ଷୟ କୁମାର, ଭୂମି ପେଡନେକରଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ ।

ଅକ୍ଷୟଙ୍କ ଏହି ଫିଲ୍ମ ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛ ଭାରତ ଅଭିଯାନକୁ ସମର୍ଥନ କରିବା ସହ ସ୍ୱଚ୍ଛତା ଉପରେ ଧ୍ୟାନ ନ’ଦେଉଥିବା ଲୋକଙ୍କୁ ସଚେତନ କରିବ ବୋଲି ଫିଲ୍ମରେ ଅଭିନୟ କରୁଥିବା କଳାକାର ସୂଚନା ଦେଇଛନ୍ତି ।