ୟୁପିରେ ଟ୍ୟାକ୍ସମୁକ୍ତ ହେଲା ଅକ୍ଷୟ କୁମାରଙ୍କ ସିନେମା ‘ଟୟଲେଟ-ଏକ ପ୍ରେମ କଥା’ !

54

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛ ଭାରତ ଅଭିଯାନ ଉପରେ ଆଧାରିତ ସିନେମା ‘ଟୟଲେଟ-ଏକ ପ୍ରେମ କଥା’କୁ ବେଶ ସମର୍ଥନ ମିଳୁଥିବା ଦେଖାଯାଉଛି । ସିନେମାର ନିଆରା କାହାଣୀକୁ ପ୍ରଶଂସା କରି ୟୁପିରେ ଏହାକୁ ଟ୍ୟାକ୍ସମୁକ୍ତ ଘୋଷଣା କରାଯାଇଛି । ତେବେ ଅକ୍ଷୟଙ୍କୁ ନିକଟରେ ଯୋଗୀ ସରକାରଙ୍କ ଯୋଜନାର ବ୍ରାଣ୍ଡ ଆମ୍ୱାସଡ଼ର କରାଯାଇଛି । ଲକ୍ଷ୍ନୌରେ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସହ ସେ ରାସ୍ତାରେ ଝାଡ଼ୁ ଲଗାଇଥିବା ମଧ୍ୟ ଦେଖାଯାଇଥିଲା ।

ଖୋଲାରେ ଶୌଚ କରିବା ବିରୁଦ୍ଧରେ ଯୋଗୀ ସରକାରଙ୍କ ନୂଆ ଯୋଜନା ଅନୁସାରେ ଅକ୍ଷୟ କୁମାର ବ୍ରାଣ୍ଡ ଆମ୍ୱାସଡ଼ର ହୋଇଛନ୍ତି । ସୂଚନାଯୋଗ୍ୟ, ଲକ୍ଷ୍ନୌରେ ଅନୁଷ୍ଠିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଅଭିନେତା ଅକ୍ଷୟ କୁମାର ଯୋଗ ଦେଇଥିଲେ । ଖାଲି ସେତିକି ନୁହେଁ ଏହି କାର୍ଯ୍ୟକ୍ରମରେ ଉଭୟ ଅକ୍ଷୟ ଓ ଯୋଗୀ ଆଦିତ୍ୟନାଥ ହାତରେ ଝାଡୁ ଧରି ରାସ୍ତା ମଧ୍ୟ ସଫା କରିଥିଲେ ।

ତେବେ କିଛିଦିନ ହେବ ଅକ୍ଷୟ କୁମାର ସ୍ୱଚ୍ଛ ଭାରତକୁ ନେଇ ପ୍ରଚାର ପ୍ରସାର କରୁଥିବାର ଦେଖିବାକୁ ମିଳିଛି । ଅକ୍ଷୟ କୁମାରଙ୍କ ଆଗାମୀ ସିନେମା ସ୍ୱଚ୍ଛଭାରତକୁ ନେଇ ପର୍ଯ୍ୟବେଶିତ । ଏବେ ସେ ସିନେମାର ପ୍ରମୋଶନକୁ ନେଇ ବ୍ୟସ୍ତ ଅଛନ୍ତି । ସିନେମାରେ ଅକ୍ଷୟ କୁମାର, କେଶବ ଏବଂ ଭୂମି ପଡ଼ନେକର, ଜୟାଙ୍କ ଭୂମିକାରେ ନଜର ଆସିବେ ।