ପରଦାକୁ ଆସିଲା ଫିଲ୍ମ ‘ଟଏଲେଟ୍ : ଏକ୍ ପ୍ରେମ୍ କଥା’

45

ଫିଲ୍ମ ଫ୍ରାଇଡେରେ ଆଜି ରିଲିଜ୍ ହେଉଛି ‘ଟଏଲେଟ୍ : ଏକ୍ ପ୍ରେମ୍ କଥା’ । ଫିଲ୍ମର ମୁଖ୍ୟ ଭୂମିକାରେ ଅଛନ୍ତି ଅକ୍ଷୟ କୁମାର ଏବଂ ଭୂମି ପେଦନେକର ।  ଘରେ ଶୈାଚାଳୟ ତିଆରି କରିବା ଭଳି ସାମାଜିକ କଥାବସ୍ତୁକୁ ନେଇ ତିଆରି ହୋଇଛି ଫିଲ୍ମ । ବକ୍ସ ଅଫିସରେ ଫିଲ୍ମ ଭଲ ବ୍ୟବସାୟ କରିବାର ଆଶା କରାଯାଉଛି ।

‘ଟଏଲେଟ୍ : ଏକ୍ ପ୍ରେମ୍ କଥା’ ଏକ ମଜବୁତ୍ ଲଭ ଷ୍ଟୋରୀ ଅଟେ । ଏହା ଆପଣଙ୍କର ମନୋରଂଜନ କରିବା ସହ ଆପଣଙ୍କୁ ଏକାଠି ମଧ୍ୟ କରିବ । ଲେଖକ ଯୋଡି ସିଦ୍ଧାର୍ଥ-ଗରିମା ଏହି ମଜାଦାର୍ କାହାଣୀ ଦ୍ୱାରା ଏମିତି ଏକ ଦିଗକୁ ନେଇଯାଉଛନ୍ତି , ଯାହା ଏକ ଜାଗରଣ ସୃଷ୍ଟି କରୁଛି । ଆମର ଘରର ମହିଳାଙ୍କ ପାଇଁ ଶୈାଚାଳୟ କେତେ ଜରୁରୀ ଏହା ଦର୍ଶାଉଛି ଏହି କାହାଣୀ ।