ଅକ୍ଷୟ କୁମାର ହେଲେ ବକ୍ସ ଅଫିସର ନୂଆ କିଙ୍ଗ୍ ! ଜାଣନ୍ତୁ ଏକ ସପ୍ତାହରେ ‘ଟୟଲେଟ୍ ଏକ ପ୍ରେମକଥା’ କେତେ କରିଛି ଆୟ

38

ଅକ୍ଷୟ କୁମାର ଓ ଭୂମି ପେଡ଼ନେକରଙ୍କ ସିନେମା ‘ଟୟଲେଟ୍ ଏକ ପ୍ରେମକଥା’ ବକ୍ସ ଅଫିସରେ ଏକ ସପ୍ତାହ ପୂରଣ କରିସାରିଛି । ଏକ ସପ୍ତାହରେ ଏହି ସିନେମା ବହୁତ ଭଲ ପ୍ରଦର୍ଶନ କରିବା ସହ ୯୬ କୋଟି ଟଙ୍କା ଆୟ କରିପାରିଛି । ପ୍ରଥମ ଦିନ ସିନେମା ‘ଟୟଲେଟ୍ ଏକ ପ୍ରେମକଥା’ ସେତ ଭଲ ପ୍ରଦର୍ଶନ କରିପାରିନଥିଲା । ମାତ୍ର ୧୩ କୋଟି ଟଙ୍କା ଆୟ କରିପାରିଥିଲା ପ୍ରଥମ ଦିନ ।

ଏହାକୁ ଦୃଷ୍ଟିରେ ରଖି ଲାଗୁଥିଲା, ଏହି ସିନେମା ମଧ୍ୟ ଶାହାରୁଖ୍ ଖାନ୍ ଓ ଅନୁଷ୍କା ସେଟ୍ଟୀଙ୍କ ସିନେମା ‘ଜବ ହ୍ୟାରୀ ମେଟ ସେଜଲ’ ପରି ଫେଲ ମାରିବ । କିନ୍ତୁ ୱିକେଣ୍ଡ ଆଡ଼କୁ ଆସ୍ତେ ଆସ୍ତେ ଭଲ ପ୍ରଦର୍ଶନ କଲା ସିନେମା । ସ୍ୱାଧୀନତା ଦିବସ ଅବସରରେ ଥିବା ଛୁଟିରୁୁ ଭରପୁର ଲାଭ ଉଠାଇଲା ଏହି ସିନେମା । ‘ଟୟଲେଟ୍ ଏକ ପ୍ରେମକଥା’ ରବିବାର ଓ ମଙ୍ଗଳବାର ସବୁଠାରୁ ଅଧିକ ଆୟ କରିପାରିଛି । ରବିବାର ଏହି ସିନେମା ୨୧.୨୫ କୋଟି ଓ ମଙ୍ଗଳବାର ପ୍ରାୟ ୨୦ କୋଟି ଟଙ୍କା ବ୍ୟସାୟ କରିପାରିଛି ।

ସୂଚନାଯୋଗ୍ୟ ‘ଟୟଲେଟ୍ ଏକ ପ୍ରେମକଥା’ ସିନେମା, ଘରେ ଶୌଚାଳୟ ତିଆରି କରିବା ଭଳି ସାମାଜିକ କଥାବସ୍ତୁକୁ ନେଇ ତିଆରି ହୋଇଛି । ଏହି ସିନେମାର ଲେଖକ ହେଲେ ଯୋଡି ସିଦ୍ଧାର୍ଥ-ଗରିମା । ଲେଖକ ତାଙ୍କ ଲେଖା ମାଧ୍ୟମୟରେ ଦର୍ଶାଇଛନ୍ତି, ଘରର ମହିଳାଙ୍କ ପାଇଁ ଶୌଚାଳୟ କେତେ ଜରୁରୀ । ତେବେ ଆଜି ବକ୍ସ ଅଫିସରେ ରିଲିଜ ହୋଇଛି ସିନେମା ‘ବରେଲୀ କି ବରଫି’, ଆଗକୁ ଜଣାପଡ଼ିବ ଏହି ସିନେମା ‘ଟୟଲେଟ୍ ଏକ ପ୍ରେମକଥା’କୁ କେତେ ଟକ୍ଟର ଦେବ ।