ଆଜି ବିଶ୍ୱ ଶ୍ରମିକ ଦିବସ ! ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ଆକ୍ସନ ପ୍ଲାନ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ

106

କନକ ବ୍ୟୁରୋ: ଆଜି ହେଉଛି ଅନ୍ତର୍ଜାତୀୟ ଶ୍ରମିକ ଦିବସ । ଦିନଥିଲା ଶ୍ରମିକମାନଙ୍କ ଉପରେ ପୁଞ୍ଜିବାଦୀ ମାଲିକମାନେ ଅକଥନୀୟ ଅତ୍ୟାଚାର କରୁଥିଲେ । ଏହା ବିରୋଧରେ ସ୍ୱର ଉତୋଳନ କରିବା ଏତେ ସହଜ ନଥିଲା । କିନ୍ତୁ କ୍ରମଶଃ ଏହା ଆନ୍ଦୋଳନର ରୂପ ନେଇଥିଲା । ଆମେରିକାର ଚିକାଗୋ ସହର ଶ୍ରମିକଙ୍କ ରକ୍ତରେ ଲାଲ ହୋଇଥିଲା ।

ଶେଷରେ ଶ୍ରମିକଙ୍କ ଦାବିକୁ ମାନିବାକୁ ରାଜି ହୋଇଥିଲେ ମାଲିକ । ଏହାକୁ ମନେ ପକାଇବାକୁ ମେ’ ପହିଲାକୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ଭାବେ ପାଳନ କରାଯାଉଛି । ରାଜ୍ୟରେ ଅଣସଙ୍ଗଠିତ ଓ ସଙ୍ଗଠିତ କ୍ଷେତ୍ରରେ ଶ୍ରମିକଙ୍କ କଲ୍ୟାଣ ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି ।

ରାଜ୍ୟରେ ଗଠନ କରାଯାଇଛି ଶ୍ରମିକ କଲ୍ୟାଣ ବୋର୍ଡ ଓ ଅଣସଙ୍ଗଠିତ ସାମାଜିକ ସୁରକ୍ଷା ବୋର୍ଡ । ଆଜି ଶ୍ରମ ଦିବସରେ ଭୁବନେଶ୍ୱର ଓୟୁଏଟିରେ ରାଜ୍ୟସ୍ତରୀୟ ସମାରୋହର ଆୟୋଜନ କରାଯାଇଛି । ଏଥିରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –