ଫାଇନାଲ ପାଇଁ ଫାଇଟ୍ : ଆଜି ମହିଳା ବିଶ୍ୱକପର ଦ୍ୱିତୀୟ ସେମି ଫାଇନାଲ, ୬ ଥରର ବିଶ୍ୱ ବିଜେତା ଅଷ୍ଟ୍ରେଲିଆକୁ ଭେଟିବ ଟିମ୍ ଇଣ୍ଡିଆ

35

କନକ ବ୍ୟୁରୋ : ଆଜି ମହିଳା ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତ । କାଉଟିଂ ଗ୍ରାଉଣ୍ଡରେ ଅପରାହ୍ନ ୩ଟାରେ ଖେଳାଯିବ ଏହି ମ୍ୟାଚ୍ । ପìର୍ବରୁ ଅଷ୍ଟ୍ରେଲିଆ ୬ଥର ବିଶ୍ୱକପ୍ ଟ୍ରଫି ଜିତି ସାରିଛି । ତେବେ କ୍ୱାର୍ଟର ଫାଇନାଲରେ ଭାରତ ନ୍ୟୁଜିଲାଣ୍ଡକୁ ମାତ୍ ଦେଇଥିବାରୁ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି ।

ଫାଇନାଲକୁ ଯିବାକୁ ହେଲେ ଭାରତୀୟ ବ୍ୟାଟ୍ସମ୍ୟାନ ମାଧନା, ପୁନମ ରାଉତ, ମିତାଲି ରାଜ, ହରମିନ ପ୍ରିତ କୈାରଙ୍କ ବ୍ୟାଟରୁ ରନ ବାହାରିବା ଆବଶ୍ୟକ । ସେପଟେ ମିତାଲୀ ଯଦି ଅର୍ଦ୍ଧ ଶତକ ହାସଲ କରନ୍ତି ତେବେ ବ୍ୟକ୍ତିଗତ ଭାବେ ପଚାଶ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ଼ କରିବେ ।