ଆଜି ଆସିବ ୟୁପି ସମେତ ୫ଟି ରାଜ୍ୟର ଏକ୍ଜିଟ୍ ପୋଲ ରିପୋର୍ଟ : ହାଇପ୍ରୋଫାଇଲ ପ୍ରଚାର ଓ ମତଦାନ ପରେ କଣ କହୁଛି ଜନମତ ସର୍ଭେ

57

କନକ ବ୍ୟୁରୋ : ଆଜି ଆସିବ ଉତ୍ତରପ୍ରଦେଶ ସମେତ ୫ଟି ରାଜ୍ୟର ଏକ୍ଜିଟ୍ ପୋଲ ରିପୋର୍ଟ । ହାଇପ୍ରୋଫାଇଲ ପ୍ରଚାର ଓ ମତଦାନ ପରେ କଣ କହୁଛି ଜନମତ ସର୍ଭେ ରିପୋର୍ଟ, ଏହା ଉପରେ ସମସ୍ତଙ୍କ ନଜର । ବିଶେଷ କରି ଉତ୍ତରପ୍ରଦେଶର ନିର୍ବାଚନ ଫଳାଫଳ କଣ ହେବ, କେଉଁ ଦଳ ଉପରେ ଜନସାଧାରଣ ଅଧିକ ଭରସା କରିଛନ୍ତି, ଜାଣିବା ପାଇଁ ସାରା ଦେଶ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛି ।

ଦେଶର ସବୁଠୁ ବଡ଼ ରାଜ୍ୟର ନିର୍ବାଚନ ଫଳାଫଳ ଦେଶର ରାଜନୈତିକ ସ୍ଥିତିର ପ୍ରକୃତ ଚିତ୍ର ସାମନାକୁ ଆଣିବ । ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ମଧ୍ୟ ବଡ଼ ପରୀକ୍ଷା । ବିମୁଦ୍ରାକରଣ ନିଷ୍ପତିକୁ କିଭଳି ସାଧାରଣ ଲୋକ ଗ୍ରହଣ କରିଛନ୍ତି, ତାହାର ମଧ୍ୟ ହିସାବ ନିକାଶ କରିବ ଏହି ନିର୍ବାଚନ ଫଳାଫଳ । ଗତକାଲି ଉତ୍ତରପ୍ରଦେଶର ଶେଷ ପର୍ଯ୍ୟାୟ ନିର୍ବାଚନ ସରିଛି, ମତଦାତାମାନଙ୍କ ରାୟ ଇଭିଏମରେ ବନ୍ଦ ହୋଇ ରହିଛି ।

ଆଉ ଦୁଇ ଦିନ ପରେ ଅର୍ଥାତ ୧୧ ତାରିଖରେ ଭୋଟ ଗଣତି ହେବ ଓ ଫଳାଫଳ ପ୍ରକାଶ ପାଇବ । ତେବେ ଏହା ପୂର୍ବରୁ ଆସିବ ନିର୍ବାଚନ ପରର ଜନମତ ସର୍ଭେ ବା ଏକଜିଟ୍ ପୋଲ ରିପୋର୍ଟ । ନିର୍ବାଚନ ଓ ରାଜନୀତି ପଣ୍ଡିତମାନେ ଜନମତ ସର୍ଭେ ଆଧାରରେ ଆକଳନ କରିବେ କେଉଁ ଦଳକୁ କେତେ ଆସନ ମିଳିବ । ଉତ୍ତରପ୍ରଦେଶ, ପଂଜାବ, ଗୋଆ, ଉତରାଖଣ୍ଡ ଓ ମଣିପୁରରେ କିଏ ଗଢିବ ସରକାର, କିଏ ବସିବ ବିରୋଧୀ ଆସନରେ ।