କନକ ବ୍ୟୁରୋ : ଆଜି ଦିନକୁ କୁହାଯାଏ ବିଜୟା ଦଶମୀ । ଏହି ଦିନରେ ଭଗବାନ ଶ୍ରୀରାମ ଲଙ୍କାର ଅସୁରରାଜ ରାବଣଙ୍କୁ ବଧ କରିଥିଲେ । ଧର୍ମ ସ୍ଥାପନା ସହ ସତ୍ୟର ପ୍ରଚାର ପାଇଁ ଏହା କରିଥିଲେ ଭଗବାନଙ୍କ ଅବତାର ପୁରୁଷୋତମ ରାମଚନ୍ଦ୍ର ।
Kanak News is now on WhatsApp
Join and get latest news updates delivered to you via WhatsApp
ଅସତ୍ୟ ଉପରେ ସତ୍ୟର ଜୟ ହୋଇଥିଲା । ଅଧର୍ମ ଉପରେ ଧର୍ମର ଜୟ ହୋଇଥିଲା । ଏହି ଦିନକୁ ସ୍ମରଣ କରି ଦେଶର ବିଭିନ୍ନ ସ୍ଥାନରେ ଆଜି ଆୟୋଜିତ ହେଉଛି ରାବଣପୋଡି । ରାବଣ ସହ କୁମ୍ଭକର୍ଣ୍ଣ ଓ ମେଘନାଦର ପ୍ରତିକୃତିକୁ ଅଗ୍ନି ସଂଯୋଗ ପୋଡିବାର ପରଂପରା ଚାଲି ଆସିଛି । ଆଜି ଦ୍ୱୈତ ନଗରୀର ବିଭିନ୍ନ ମଣ୍ଡପ ଆୟୋଜନ କରୁଛନ୍ତି ରାବଣ ପୋଡି ।