ଆଜି ନୂଆ ଦିଲ୍ଲୀରେ ବସିବ ଜାତୀୟ ଶିକ୍ଷା ନୀତି ବୈଠକ । ବୈଠକରେ ଯୋଗ ଦେବେ ରାଜ୍ୟର ୩ ମନ୍ତ୍ରୀ

316

କନକ ବ୍ୟୁରୋ : ଆଜି ନୂଆ ଦିଲ୍ଲୀରେ ବସିବ ଜାତୀୟ ଶିକ୍ଷା ନୀତି ବୈଠକ । ଏଥିରେ ବିଭିନ୍ନ ରାଜ୍ୟର ଶିକ୍ଷା ଓ ବୈଷୟିକ ଶିକ୍ଷା ମନ୍ତ୍ରୀମାନେ ସାମିଲ ହେବେ । ଏହି ବୈଠକରେ ସମିଲ ହେବା ପାଇଁ ରାଜ୍ୟ ସରକାରଙ୍କ ତିନି ମନ୍ତ୍ରୀ – ଗଣଶିକ୍ଷା ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସାମିଲ ହେବେ । ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠିବାର ସମ୍ଭାବନା ରହିଛି । ତେବେ ରାଜ୍ୟ ସରକାରଙ୍କ କେତେକ ଦାବି ନେଇ ମନ୍ତ୍ରୀମାନେ ଉପସ୍ଥାପନ କରିବେ । ସ୍କୁଲ ପିଲାଙ୍କୁ ଜଳଖିଆ ଦେବା ପାଇଁ କେନ୍ଦ୍ରର ପ୍ରସ୍ତାବ ଉପରେ ରାଜ୍ୟ ସରକାର ନିଜ ମତ ସ୍ପଷ୍ଟ କରିବେ । ଏହି ଯୋଜନା ପାଇଁ ରାଜ୍ୟ ଉପରେ ପଡୁଥିବା ଆର୍ଥିକ ଭାର କେନ୍ଦ୍ର ସରକାର ନେବାକୁ ମନ୍ତ୍ରୀ ଦାବି କରିବେ ।

ସେହିପରି ପ୍ରାକ୍ ପ୍ରାଥମିକ ଓ ପ୍ରାଥମିକ ବିଦ୍ୟାଳୟକୁ ମିଶାଇ ଦେବାକୁ କେନ୍ଦ୍ର ପ୍ରସ୍ତାବ ରହିଛି । ଏଥିରେ ରାଜ୍ୟ ସରକାର ସହମତ ରହିଛନ୍ତି, କିନ୍ତୁ ଏନେଇ ବ୍ୟାପକ ଭିତିଭୂମିର ଆବଶ୍ୟକତା ରହିଛି । ଏନେଇ ଆବଶ୍ୟକ ଅର୍ଥ କେନ୍ଦ୍ର ସରକାର ଦେବାକୁ ଶିକ୍ଷା ବିଭାଗ ଦାବି କରିବ । ସେହିପରି ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ସ୍କ୍ରିନିଂ ଦ୍ୱାର କରିବାକୁ କେନ୍ଦ୍ର ଦେଇଥିବା ପ୍ରସ୍ତାବ ନିଯୁକ୍ତି ପ୍ରକ୍ରିୟାକୁ ଅଧିକ ବିଳମ୍ବିତ କରିବ ବୋଲି ମତ ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ । ଏନେଇ ଆଜିର ବୈଠକରେ ବିସ୍ତୃତ ଆଲୋଚନା ହେବା ସମ୍ଭାବନା ରହିଛି ।