ତାତି ପରେ କାଳବୈଶାଖୀର ସମ୍ଭାବନା ! ପଶ୍ଚିମ ଓ କେନ୍ଦ୍ରୀୟ ଓଡିଶାରେ ଖସିବ ନାହିଁ ପାରଦ

58

କନକ ବ୍ୟୁରୋ : ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ରାଜ୍ୟର ୧୧ଟି ସହରରେ ତାପମାତ୍ର ୪୦ ଡିଗ୍ରୀ ଉପରେ ଥିଲା । କିନ୍ତୁ ଆଜି ପାଗର ପରିବର୍ତନ ହେବାର ସୂଚନା ଦେଇଛି ପାଣିପାଗ ବିଭାଗ । ଉତ୍ତର ବାଂଲାଦେଶ ଓ ଆଖପାଖ ଅଂଚଳରେ ସୃଷ୍ଟି ହୋଇଥିବା ଟ୍ରଫ୍ ଲାଇନ୍ ଓଡିଶା ଦେଇ ଗତି କରିଛି । ଏହାର ପ୍ରଭାବରୁ ଆଜି ଉପକୂଳ ଓଡିଶା ଓ ପାଶ୍ୱର୍ବର୍ତ୍ତୀ ଅଂଚଳରେ କାଳବୈଶାଖୀ ସୃଷ୍ଟି ହେବାର ସମ୍ଭାବନା ରହିଛି ।

କାଳବୈଶାଖୀ ପ୍ରଭାବରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି ବୋଲି ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପଶ୍ଚିମ ଓ ଦକ୍ଷିଣ ଓଡିଶାର କିଛି ଅଂଚଳରେ କୋହଲା ପାଗ ଓ କାଳ ବୈଶାଖୀ ସମ୍ଭାବନା ଥିବା ବେଳେ ପଶ୍ଚିମ ଓ କେନ୍ଦ୍ରୀୟ ଓଡିଶାରେ ତାତି ଅବ୍ୟାହତ ରହିପାରେ ବୋଲି ପୂର୍ବାନୁମାନ କରାଯାଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-