ଆଜି ରାଜ୍ୟରେ ଜାରି ରହିବ ବର୍ଷା : ଡିପ୍ ଡିପ୍ରେସନ୍ ସଂଭାବନା ଯୋଗୁଁ ଉପକୂଳରେ ହୋଇପାରେ ପବନ ସହ ବର୍ଷା

27

କନକ ବ୍ୟୁରୋ : ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଗତକାଲି ଭଳି ଆଜି ବି ଓଡିଶା ଉପକୂଳରେ ପ୍ରବଳ ବର୍ଷା ହେବ । ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଡିପ୍ରେସନର ପରେ ଆସନ୍ତା ୧୨ଘଂଟା ମଧ୍ୟରେ ଡିପ୍ ଡିପ୍ରେସନରେ ପରିଣତ ହେବ । ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ ।

ଗତକାଲିଠାରୁ ବର୍ଷା ଜାରି ରହିଥିବାବେଳେ ଘଂଟା ପ୍ରତି ୪୫ କିଲୋମିଟର ବେଗରେ ପବନ ବହୁଛି । ଏହି ଡିପ୍ରେସନ୍ ଯୋଗୁଁ ସମୁଦ୍ର ଅଶାନ୍ତ ରହିଛି । ଫଳରେ ସମୁଦ୍ର ଭିତରକୁ ନଯିବାକୁ ମତ୍ସଜୀବୀମାନଙ୍କୁ ସତର୍କ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଆସନ୍ତା ୪୮ଘଂଟା ଭିତରେ ବାଂଲାଦେଶ ଆଡକୁ ଗତିକରିବ ବୋଲି ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ଦେଖନ୍ତୁ ଏହି ଭିଡିଓ –