ସାରା ରାଜ୍ୟରେ ବର୍ଷା ସମ୍ଭାବନା ! ଆଂଚଳିକ ପାଣିପାଗ ପକ୍ଷରୁ ସୂଚନା

40

କନକ ବ୍ୟୁରୋ : ସାରା ରାଜ୍ୟରେ ବର୍ଷା ସମ୍ଭାବନା । ଆସନ୍ତା ୩୦ ତାରିଖ ବେଳକୁ ସାରା ରାଜ୍ୟରେ ବର୍ଷା ହେବାର ସମ୍ଭାବନା ଦେଖାଦେଇଛି । ପୂର୍ବ ବିହାରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଓ ଓଡିଶା ଉପରକୁ ଲମ୍ବି ଆସିଥିବା ଟ୍ରପ୍ ଲାଇନ୍ ପ୍ରଭାବରେ ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୨୯ ତାରିଖ ବେଳକୁ ଦକ୍ଷିଣ ଓଡିଶାରେ ବର୍ଷା ସମ୍ଭାବନା ରହିଛି ।

ସେହିପରି ୩୦ ତାରିଖ ବେଳକୁ ଆଭ୍ୟନ୍ତିରୀଣ, ପଶ୍ଟିମ, ଉତର ଏବଂ ଦକ୍ଷିଣ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ଅନ୍ୟପଟେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାରେ ତାତି ଅପରିବର୍ତିତ ରହିଛି । ମୋଟ ୧୫ ଟି ସହରରେ ତାପମାତ୍ରା ୪୦ ଉପରେ ରହିଛି । ୪୪ ଦଶମିକ ୪ ଡିଗ୍ରୀ ସହ ଝାରସୁଗୁଡା ସବୁଠାରୁ ସର୍ବାଧିକ ରହିଛି ।