ଆଜି ଉପକୁଳ ଓ ଦକ୍ଷିଣ ଓଡିଶାରେ ବର୍ଷା ସମ୍ଭାବନା ! ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ୯ରୁ ୧୧ ପ୍ରବଳ ବର୍ଷା

37

କନକ ବ୍ୟୁରୋ: ଆଜି ରାଜ୍ୟର ଉପକୂଳ ଓ ଦକ୍ଷିଣ ଅଂଚଳରେ ବର୍ଷା ସମ୍ଭାବନା ରହିଛି । ଆଣ୍ଡାମାନ ସାଗର ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଏହି ବର୍ଷା ହୋଇପାରେ ବୋଲି କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ତେବେ ଆସନ୍ତା ୯ରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ୯ରୁ ୧୧ ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ସମୟରେ ରାଜ୍ୟରେ ସକ୍ରିୟ ହେବ ମୌସୁମୀ ।