ଏଣିକି ବଢିବ ତାତି । ତାପମାତ୍ରା ୪୦ ଡିଗ୍ରୀ ଟପିବା ନେଇ ଆଂଚଳିକ ପାଣିପାଗ ବିଭାଗର ପୂର୍ବାନୁମାନ

44

କନକ ବ୍ୟୁରୋ: ଏଣିକି ବଢିବ ତାତି । ପଶ୍ଚିମ ଓଡିଶାର ତାପମାତ୍ରା ୪୦ ଡିଗ୍ରୀ ଟପିଯିବ ବୋଲି ଅନୁମାନ କରିଛି ଆଂଚଳିକ ପାଣିପାଗ ବିଭାଗ । ସେହିପରି ଉପକୂଳ ଓଡିଶାରେ ମଧ୍ୟ ତାତି ବଢିବାର ସମ୍ଭାବନା ରହିଛି । ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ଯାଏଁ ପ୍ରବଳ ଖରା ହେବ ବୋଲି ସୂଚନା ମିଳିଛି ।ଧିରେ ଧିରେ ତାତି ବଢୁଥିବା ବେଳେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା ୨ ଡିଗ୍ରୀ ପର୍ଯ୍ୟନ୍ତ ବଢିବାର ସମ୍ଭାବନା ରହିଥିବା ପାଣିପାଗ ବିଜ୍ଞାନ ଆକଳନ କରିଛନ୍ତି ।

ଅନ୍ୟପଟେ, ଏପ୍ରିଲ ୧୫ ବେଳକୁ ଟିଟିଲାଗଡ଼, ଝାରସୁଗୁଡ଼ା, ସୋନପୁରର ତାପମାତ୍ରା ୪୦ ଡିଗ୍ରି ଛୁଇଁବାର ଆଶଙ୍କା ରହିଛି । ୧୬ ତାରିଖ ପରେ ଭବାନୀପାଟଣା, ଟିଟିଲାଗଡ଼, ଝାରସୁଗୁଡ଼ା, ଅନୁଗୁଳ, ସମ୍ବଲପୁର ପରି ପଶ୍ଚିମ ଓଡ଼ିଶାର ବିଭିନ୍ନ ସହରରେ ତାପମାତ୍ରା ୪୨ ଡିଗ୍ରି ଉପରକୁ ଚାଲିଯିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଗତକାଲି ମଧ୍ୟ କାଳବୈଶାଖୀ ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ହଲକା ବର୍ଷା ହୋଇଛି। ପଶ୍ଚିମ ଓ ଅଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଦୁଇ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଏପ୍ରିଲ ୧୪ଠାରୁ ତାତି ଅଧିକ ହେବ ବୋଲି ପାଣିପାଗ ବିଜ୍ଞାନୀମାନେ ଆକଳନ କରିଛନ୍ତି।