୧୨ଟି ଜିଲ୍ଲାରେ ପାରଦ ଡେଇଁଲା ୪୦ ଡିଗ୍ରୀ ! ଆଭ୍ୟନ୍ତରୀଣ ଓଡିଶାରେ ଗରମ ପବନ ଜାରି, ଉତ୍ତରଓଡିଶା ଓ ଖୋର୍ଦ୍ଧାରେ କାଳବୈଶାଖୀ ସମ୍ଭାବନା

2

କନକ ବ୍ୟୁରୋ : ଜଳୁଛି ଆଭ୍ୟନ୍ତରୀଣ ଓଡିଶା । ରାଜ୍ୟର ୧୨ଟି ଜିଲ୍ଲାରେ ପାରଦ ୪୦ ଡିଗ୍ରୀ ଡେଇଁଛି । ଉତପ୍ତ ସହରର ବଲାଙ୍ଗିରରେ ତାପମାତ୍ରା ୪୪ ଦଶମିକ ୫ ଡିଗ୍ରୀ ରହିଥିବା ବେଳେ ଜନଜୀବନ ପ୍ରଭାବିତ ହୋଇଛି । ସେହିଭଳି ଭୁବନେଶ୍ୱରରେ ତାପମାତ୍ରା ୩୪ ଡିଗ୍ରୀ ରହିଥିଲା । ଉତ୍ତର ଓଡିଶା ଓ ଖୋର୍ଦ୍ଧାରେ କାଳବୈଶାଖୀ ସମ୍ଭାବନା ରହିଥିବା କହିଛନ୍ତି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶକ ।

ଏହି ସମୟରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ସହ କୁଆପଥର ବର୍ଷା ହେବ ବୋଲି ଆକଳନ କରାଯାଇଛି । ଆଜି ସମୁଦ୍ର ଅଶାନ୍ତ ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଘଂଟା ପ୍ରତି ୩୫ ରୁ ୪୫ କିଲୋମିଟର ବେଗରେ ପବନ ହେବ । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ କୁହାଯାଇଛି ।
ଆସନ୍ତା ୨୧ ତାରିଖ ବେଳକୁ ପାଗରେ ପରିବର୍ତନ ହେବା ସମ୍ଭାବନା ରହିଛି । କିନ୍ତୁ ଆଭ୍ୟନ୍ତରୀଣ ଓଡିଶାରେ ପାଗ ଶୁଖିଲା ରହିବ । ଗୋଟିଏ ଦୁଇଟି ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ଟପିବାର ଆକଳନ କରା ଯାଇଥିଲା । ଅସହ୍ୟ ତାତି ଅନୁଭବ ହେବ । ୨୪ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ଜାର ରହିବ ବୋଲି ପାଣପାଗ ବିଭାଗ କହିଛି ।

Comments are closed.