ରାଜ୍ୟରେ ୨୦ ଯାଏଁ ବର୍ଷା ! ଅନେକ ସ୍ଥାନରେ କାଳବୈଶାଖୀ ସମ୍ଭାବନା

30

କନକ ବ୍ୟୁରୋ : ରାଜ୍ୟରେ ପୁଣି ହେବ ବର୍ଷା । ଆସନ୍ତା ୨୦ ତାରିଖ ଯାଏଁ ସାରା ରାଜ୍ୟରେ ବର୍ଷିବ । ପ୍ରଥମେ ଦକ୍ଷିଣ ଓଡିଶା ପରେ ଆଭ୍ୟନ୍ତରୀଣ, ଉପକୂଳ ଓ ଉତର ଓଡିଶାରେ ବର୍ଷିବ । ବର୍ଷା ବେଳେ ଘଂଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ପବନ ବୋହିବା ସମ୍ଭାବନା ବି ରହିଛି । ଘଡଘଡି ସହ ସ୍ଥାନେ ସ୍ଥାନେ କୁଆପଥର ବୃଷ୍ଟି ହେବାର ପାଣିପାଗ ବିଭାଗ ଅନୁମାନ କରିଛି ।

ତେବେ ବର୍ଷା କିଛି ସମୟ ପାଇଁ ହେବ । ଏବଂ ସକାଳ କିମ୍ବା ଅପରାହ୍ନ ସମୟରେ ହୋଇପାରେ । ବୃଷ୍ଟିପାତର ପରିମାଣ ୧୦ ରୁ ସର୍ବୋଚ୍ଚ ୨୦ ମିଲିମିଟର ଯାଏଁ ହୋଇପାରେ । ଏଥିସହ ଅନେକ ସ୍ଥାନରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି । ରାଜ୍ୟରେ ୫ ଦିନ ଧରି ଏଭଳି ପାଗ ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –